ପୌର ପରିଷଦ ବରଗଡ଼ କାର୍ଯ୍ୟନିର୍ବାହୀ କୁ ଅଟୋ ରିକ୍ସା ସଂଘର ଦାବିପତ୍ର ପ୍ରଦାନ...

ପୌର ପରିଷଦ ବରଗଡ଼ କାର୍ଯ୍ୟନିର୍ବାହୀ କୁ ଅଟୋ ରିକ୍ସା ସଂଘର ଦାବିପତ୍ର  ପ୍ରଦାନ...


ବରଗଡ଼,୨୧/୦୨ : ଅଟୋ ରିକ୍ସା ମାଲିକ ସଂଘର ସଭାପତି ସର୍ଦାର ପ୍ରୀତମ ସିଂହଙ୍କ ନେତୃତ୍ୱରେ ପୌର ପରିଷଦ ବରଗଡ଼ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବାନନ୍ଦ ସାହୁଙ୍କୁ ପ୍ରଥମେ ନୂତନ ଭାବେ ବରଗଡରେ ଯୋଗଦାନ କରିଥିବାରୁ ସଂଘ ତରଫରୁ ଗୁଲଦସ୍ତା ଦେଇ ସ୍ଵାଗତ କରାଗଲା। 

              Ad..


ତାପରେ ଅଟୋ ରିକ୍ସା ପାଇଁ ଟାଉନରେ ୧୦ଟି ସ୍ଥାୟୀ ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ସଙ୍ଘ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଗଲା। ଅନେକ ଦିନରୁ ଆମେ ଦାବି କରି ଆସୁଅଛୁ ଯେ ଆମ ପାଇଁ ସ୍ଥାୟୀ ଷ୍ଟାଣ୍ଡର ବ୍ୟବସ୍ଥା କରାଯାଉ କିନ୍ତ ଆଜି ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ। 

   Ad..


ଆମେ ଦୀର୍ଘ ଅନେକ ବର୍ଷରୁ ଅସ୍ଥାୟୀ ଭାବେ ୧୦ ଟି ଷ୍ଟାଣ୍ଡ ରେ ଆମ ଅଟୋ ରିକ୍ସା ପାର୍କିଂଗ କରୁ ଅଛୁ।ଆମ ବରଗଡ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସହ ପୂର୍ବ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ହର ପ୍ରସାଦ ଭୋଇଙ୍କ ସହ ୧୦ଟି ସ୍ଥାନ ବୁଲି ଦେଖି ଥିଲୁ,ଶୀଘ୍ର ଷ୍ଟାଣ୍ଡ କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଲେକ କିନ୍ତୁ ଦୁଃଖର କଥା ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ପାରିଲା ନାହିଁ।

ଆଜି ଦାବି ସହ ଅନୁରୋଧ କରିଅଛୁ,ଯଦି ଶୀଘ୍ର ବ୍ୟବସ୍ଥା ନ କରାଯାଏ ତାହାହେଲେ ଭବିଷ୍ୟତରେ ଆନ୍ଦୋଳତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ବାଧ୍ୟ ହେବୁ। ଉକ୍ତ ଦାବି ପତ୍ର ପ୍ରଦାନ ସମୟରେ ସଂଘର ସମ୍ପାଦକ ଶ୍ରୀ ସୁଦର୍ଶନ ସ୍ୱାଇଁ,ଉପସଭାପତି ଶ୍ରୀ ସାରଥୀ ମେହେର,ସହ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମ୍ଭାର,କୋଷାଧ୍ୟକ୍ଷ ଶ୍ରୀ ଜୟ ତାଣ୍ଡି,ବରିଷ୍ଠ ସଦସ୍ୟ ଶ୍ରୀ ବୃନ୍ଦାବନ ବେହେରା ଏବଂ ସମସ୍ତ ପଦାଧିକାରୀ,ଷ୍ଟାଣ୍ଡ ପ୍ରମୁଖ ଏବଂ ସଦସ୍ୟ ବରିଷ୍ଠ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। 



Report : Bijay ku sahu

Edited by k.s thakur...


Post a Comment

Previous Post Next Post