ଅନ୍ତର୍ଲା ୯ମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ବରିକେଲ ଚମ୍ପିୟାନ...
ବରଗଡ଼,୨୧/୦୨ : ପଦ୍ମପୁର ଅନ୍ତର୍ଗତ ଅନ୍ତର୍ଲା ଗାଁ ଠାରେ ମାଁ ସମଲେଶ୍ଵରୀ କ୍ରିକେଟ କ୍ଲବ ଦ୍ବାରା ଆୟୋଜିତ ପାଞ୍ଚ ଦିନିଆ ୯ମ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅନୁଷ୍ଠିତ ହୋଇଯାଇଛି। ପାଞ୍ଚ ଦିନ ବ୍ଯାପି ଅନୁଷ୍ଠିତ ହେଉଥିବା ଟୁର୍ଣ୍ଣାମେଣ୍ଟରେ ଅନ୍ତର୍ଲା ଗାଁ ର ତିନିଗୋଟି କ୍ରିକେଟ କ୍ଲବ ପେଣ୍ଟର ଇଲେଭେନ,ମିସ୍ତ୍ରୀ ଦୁଇ, ସମଲେଶ୍ଵରୀ କ୍ରିକେଟ କ୍ଲବ ସମେତ ପଦ୍ମପୁର ଅଂଚଳ ର ୧୬ ଗୋଟି ଜମରତଲା,ବୁଗୁଡ଼ା...
Ad..
କଂସର,ଦହିଗାଁ,ଟେଣ୍ତାପଦର,ଭାଲୁଡୁଙ୍ଗରୀ,ତେତେଲଖୁଣ୍ଟି,ବାନ୍ଦୁପାଲି,ଧନୁପାଲି,ବୁକୁରାମୁଣ୍ଡା,କୁଦୋପାଲି,ବୁଡାମାଲ ଓ ବରିକେଲ ପ୍ରମୁଖ ଦଳ ଅଶଗ୍ରହଣ କରି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇଥିଲା। ଫାଇନାଲ ରେ ଅନ୍ତର୍ଲା କୁ ୧୯ ରନରେ ହରାଇ ବରିକେଲ ଚମ୍ପିୟାନ ହୋଇଛି ।
Ad..
ଏହି ପାଞ୍ଚ ଦିନିଆ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଉଦ୍ଯାପିତ ଦିବସରେ ପଦ୍ମପୁର ଟାଉନ୍ କ୍ଲବ ସଭାପତି ତଥା ଭାରତୀୟ ଜନତା ପାର୍ଟିର ଯୁବନେତା ପ୍ରିତେଶ ବହିଦାର ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବରେ ଅନ୍ତର୍ଲା ଗାଁ ଗୈନ୍ତିଆ ତୁଲାରାମ ପାଣ୍ଡେ,ମୋତିଲାଲ ପୋଡ଼ ଏବଂ ଯୁଗଲ କିଶୋର ସାହୁ ଯୋଗଦାନ ଦେଇ ଟୁର୍ଣ୍ଣାମେଣ୍ଟର ବିଭିନ୍ନ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ଅନ୍ତର୍ଲା ୯ମ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ପ୍ରିତେଶ ବହିଦାର ଟୁର୍ଣ୍ଣାମେଣ୍ଟର ଉଭୟ ବିଜେତା ଓ ଉପ ବିଜେତା ଦଳ ବରିକେଲ ଓ ଅନ୍ତର୍ଲା ଦଳକୁ ସ୍ବର୍ଗତ ମୋହନ ଭୋଇ ଓ ଫିରୋଜ ଜୁଏଡ ଦୁଇ କ୍ରିକେଟ ଖେଳାଳି ଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ ଟ୍ରଫି ସହ ନଗଦ ରାଶି ପ୍ରଦାନ କରି ପୁରସ୍କୃତ କରି ଉଭୟ ବିଜେତା ଓ ଉପ ବିଜେତା ଟିମ୍ କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଅଂଚଳ ର ଖେଳ ଓ ଖେଳାଳି ମାନଙ୍କୁ ଆଗକୁ ବଢିବା ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ।
ସମଲେଶ୍ଵରୀ କ୍ରିକେଟ କ୍ଲବ ଅନ୍ତର୍ଲା ର କ୍ୟାପଟେନ ରାଜୁ ପଟେଲ, ମନୋଜ ଜୁଏଡ ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ପଦ୍ମପୁର ଅଂଚଳ ର ଜଣାଶୁଣା କମେଣ୍ଟେଟର ଆନନ୍ଦ ଜୁଏଡ ଟୁର୍ଣ୍ଣାମେଣ୍ଟର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ରାମେଶ୍ବର ପଟେଲ ଓ ଶେଷଦେବ ବାଗ ଫାଇନାଲ ମ୍ୟାଚ ରେ ଅମ୍ଯାୟାର ଦାୟିତ୍ଵ ତୁଲାଇଥିଲେ।
Report : Bijay ku sahu
Edited by k.s thakur...



