ବରଗଡ଼ ସାଂସଦଙ୍କୁ ଦୁଇ ଦଫା ଦାବୀ ପତ୍ର ଦେଲେ ମିଳିତ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି...
ପାଇକମାଲ,୨୦/୦୨ : ବରଗଡ ସାଂସଦଙ୍କ ପାଇକମାଲ ସ୍ଥିତ ବାସ ଭବନରେ ମିଳିତ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ସଦସ୍ୟ ତଥା ଅଲ ଓଡିଶା ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ଦୁଇ ତିନି ଦଫା ଦାବୀ ସମ୍ବଳିତ ଦାବୀ ପ୍ରାଥମିକ ଶିକ୍ଷାରୂ ଚୁକ୍ତଭିତିକ ପ୍ରଥା ସ୍କିମାଟିକ ପ୍ରଥା ଉଛେଦ...
Ad..
କଣ୍ଟ୍ରାକଚ୍ୟୁଏଲ ସମୟ 6 ବର୍ଷ ଓ 8 ବର୍ଷ ସମୟ ଅବଧିକୁ ମୁଲ ଚାକିରୀରେ ଗଣନା କରିବା ସହ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ,ମାଟ୍ରିକ ସି. ଟି ପୋଷ୍ଟରୂ +2 ସି. ଟି. ପୋଷ୍ଟକୁ ଉନ୍ନୀତକରି 35400/- ସ୍କେଲରେ ଦରମା ପ୍ରଦାନ, ଆଦି ଦାବୀକୁ ପୂରଣ କରିବା ଦିଗରେ ସରକାରଙ୍କ ସହ ଆଲୋଚନା କରି ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବାକୁ ସାଂସଦ ପ୍ରତଶ୍ରୁତି ପ୍ରଦାନ କରିଛନ୍ତି।
Ad..
ଦାବିପତ୍ର ପ୍ରଦାନ ସମୟରେ ରାଜବୋଡାସମ୍ବର ବ୍ଳକର ସାଙ୍ଗଠନିକ ସମ୍ପାଦକ ନେତ୍ରାନନ୍ଦ ସାହୁ। ଝାରବନ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ବିଷ୍ଣୁ ଚରଣ ସାହୁ, ପଦ୍ମପୁର ବ୍ଲକରୁ ପ୍ରେମସାଗର ପ୍ରଧାନ, ସୁରେଶ ସିଂ ଚୌହାନ ପ୍ରମୁଖ ଦାବୀ ପତ୍ର ପ୍ରଦାନ କରିଥିଲେ।
ଉପସ୍ଥିତ ଅଭିଭାବକ ଜନସାଧାରଣ ଶିକ୍ଷକଙ୍କ ଦାବୀ ଯଥାର୍ଥ ଓ ତୁରନ୍ତ ପୂରଣ ହେବା ଉଚିତ,ଏ ମାନଙ୍କୁ ଦୀର୍ଘ ଦିନରୁ ପ୍ରତାରଣା କରା ଯାଇଛି ବୋଲି ସାଂସଦଙ୍କୁ କହୁଥିବାର ଦେଖା ଯାଉଥିଲା।
Report : Bijay ku sahu
Edited by k.s thakur...
Tags:
Bargarh
latest news
latest update
letter
mp pradeep purohit
odisha daily current affairs
padamapur
paikmaal



