ପ୍ରତି ବ୍ଲକରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ପଞ୍ଜିକରଣ କେନ୍ଦ୍ର ଖୋଲାଯାଉ : ପ୍ରମୋଦ ଝାଙ୍କର ...
ବରଗଡ଼,୨୨/୦୨ : ଆଜି ଶନିବାର ଦିନ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ହୋଇଥିବା ମାସିକ କାର୍ଯ୍ୟକାରିଣୀ ସଭା ରେ ଅନେକ ଗରୁତ୍ୱପୂର୍ଣ କାର୍ଯ୍ୟକ୍ରମ ଯଥା ପ୍ରତିଷ୍ଠା ଦିବସ ପାଳନ, ସ୍ୱାସ୍ଥ୍ୟ ସେବା ଶିବିର,ପୋଲିସ ପରିଚୟ ପତ୍ର ପ୍ରଦାନ ରେ ନିଷ୍କ୍ରିୟତା ପାଇଁ ସମ୍ବଲପୁର ଉତ୍ତରାଞ୍ଚଳ ଡ଼ି ଆଇ ଜି ଙ୍କୁ ସାକ୍ଷାତକାର ଆଦି ଉପରେ ଆଲୋଚନା ହୋଇ ନିଷ୍ପତି ନିଆଗଲା।
Ad..
ତନ୍ ମଧ୍ୟରୁ କେବଳ ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ରରେ ଦିବ୍ୟାଙ୍ଗ ମାନଙ୍କ ପଞ୍ଜିକରଣ ପ୍ରମାଣପତ୍ର ପରିବର୍ତ୍ତେ ପ୍ରତି ବ୍ଲକରେ ପର୍ଯ୍ୟାୟ କ୍ରମେ ପୂର୍ବ ସୂଚିତ ଦିବସରେ ଦିବ୍ୟାଙ୍ଗ ମାନଙ୍କ ପଞ୍ଜିକରଣ ପ୍ରମାଣପତ୍ର ଦିଆଗଲେ ବହୁ ଗରିବ ଦିବ୍ୟାଙ୍ଗ ଉପକୃତ ହୋଇପାରିବେ ବୋଲି ଗୁରୁତ୍ୱ ସହ ସଭାପତି ଶ୍ରୀ ପ୍ରମୋଦ ଝାଙ୍କର ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।
Ad..
ଭଟଲି ବ୍ଲକ ସଂଘ ନବନିର୍ବାଚିତ ସମ୍ପାଦକ ଶ୍ରୀ ମୋତିଲାଲ ବନଛୋର ଙ୍କୁ ଉପଢୌକନ ଓ ପୁଷ୍ପଗୁଛ ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ସଭାରେ ଅନ୍ୟମାନଙ୍କ ମଧ୍ଯରେ ସର୍ବଶ୍ରୀ ଗୋବିନ୍ଦ ଦାଶ, ଗୈାର ଚନ୍ଦ୍ର କର, ଶୁଶିଲ ମହାପାତ୍ର, ପ୍ରଶନ୍ନ ପ୍ରଧାନ, ତୁଳସୀ ଚରଣ ଦାଶ, ପବିତ୍ର ସରାଫ, ଲୋକନାଥ ଆଚାର୍ଯ୍ୟ, ଦେବୀ ପଟ୍ଟନାୟକ, ଉମାକାନ୍ତ ସାହୁ, ହିମାଂଶୁ ଶେଖର ପାଣ୍ଡେ, ଜଗଦୀଶ ସାହୁ, ସୁରେନ୍ଦ୍ର ସାହୁ,ସାଧୂ ଦାଶ, ପ୍ରଦୀପ ସାହୁ ଆଦି ଉପସ୍ଥିତ ଥିଲେ।ଶେଷରେ ଶ୍ରୀ କାହ୍ନୁ ଚରଣ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...



