ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ପକ୍ଷରୁ ବରଗଡ଼ ରେ ସର୍ବୋଦୟ ଶିବିର ଅନୁଷ୍ଠିତ...

ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ପକ୍ଷରୁ ବରଗଡ଼ ରେ ସର୍ବୋଦୟ ଶିବିର ଅନୁଷ୍ଠିତ...


(ତୃଣ ମୂଳ ସ୍ତରରେ ଲୋକଙ୍କ ସମସ୍ୟାକୁ ନେଇ ଜୋରଦାର ହେବ ଆନ୍ଦୋଳନ)

ବରଗଡ଼,୨୨/୦୨ : ବରଗଡ଼ ତାଉନହଲ ଠାରେ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ପକ୍ଷରୁ ସର୍ବୋଦୟ ସଂକଳ୍ପ ଶିବିର ଅନୁଷ୍ଠିତ ହୋଇ ଯାଇଛି।

Ad..


ଆଜି ପୂର୍ବାହ୍ନ ରେ ଜାତୀୟ କଂଗ୍ରେସ ର ପତାକା କୁ ସଂଗଠନ ର ଜାତୀୟ ଉପାଧ୍ୟକ୍ଷ ଶ୍ରୀ ସଚିନ ନାୟକ ଉତ୍ତୋଳନ କରି ଏହାର ଶୁଭାରମ୍ଭ କରିଥିଲେ।ଉଦ୍ଘାଟନୀ ଅଧିବେଶନ ରେ ମୁଖ୍ୟବକ୍ତା ଭାବରେ ସମ୍ବଲପୁର ର ବିଶିଷ୍ଟ ସାମ୍ୱାଦିକ ଶ୍ରୀ ଶିବ ପ୍ରସାଦ ନନ୍ଦ ଯୋଗ ଦେଇ ସମ୍ବିଧାନ ଓ ଦେଶର ଗଣତନ୍ତ୍ର ର ସୁରକ୍ଷା ପାଇଁ ବିଚରଗତ ଲଢେଇ ର ଆବଶ୍ୟକତା ରହିଛି ବୋଲି କହିଥିଲେ। 

    Ad..


ଜନ ଆନ୍ଦୋଳନ ଓ ଗଣତନ୍ତ୍ର ର ସୁରକ୍ଷା ସମ୍ପର୍କିତ ଅଧିବେଶନ ରେ ବିଶିଷ୍ଟ କୃଷକ ନେତା ଶ୍ରୀ ଲିଙ୍ଗରାଜ ଯୋଗ ଦେଇ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ନେଇ ଜନ ଆନ୍ଦୋଳନ ଗଢ଼ି ପାରିଲେ ଗଣତନ୍ତ୍ର ସୁରକ୍ଷିତ ହେବ ବୋଲି କହିଥିଲେ।

କଳାପାଣି କଲେଜ ର ପୂର୍ବତନ ଅଧ୍ୟକ୍ଷ ଡ ମୋହନ ସାହୁ ଓ ସୋହେଲା କଲେଜର ପୂର୍ବତନ ଅଧ୍ୟକ୍ଷ ଡ ଟେକଚାନ୍ଦ ଦୁଅନ ଶିବିରରେ ଯୋଗ ଦେଇ କ୍ଷମତା ର ବିକେନ୍ଦ୍ରି କରଣ ଓ ପଞ୍ଚାୟତ ବ୍ୟବସ୍ଥା କୁ ସୁଦୃଢ କରିବା ପାଇଁ ନିରନ୍ତର ପ୍ରୟାସ ପାଇଁ ଆହ୍ବାନ ଦେଇଥିଲେ।

ସଂଗଠନ ର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ସ୍ଵାଧୀନତା ସଂଗ୍ରାମ ଓ ଭାରତ ନିର୍ମାଣରେ କଂଗ୍ରେସ ର ଭୂମିକା ଉପରେ ଆଲୋକପାତ କରିଥିବା ବେଳେ ଶ୍ରୀ ସଚିନ ନାୟକ ସମ୍ବିଧାନ ର ସୁରକ୍ଷା ବିଷୟ ଉପରେ ଆଲୋଚନା ରଖିଥିଲେ।

ସଂଗଠନ ର ରାଜ୍ୟ ସଂଯୋଜକ ବିଜୟ ପ୍ରଧାନ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଶିବିର ରେ ପାଣ୍ଡବ କର୍ଣ୍ଣ, କିଶୋର ସାହୁ, ଅନନ୍ତ ଶୟନ ପାଢ଼ୀ, ଗଣେଶ ସାହୁ, ସୁନୀତା ବାଗ, ବାସନ୍ତୀ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଆଗାମୀ ଦିନରେ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ କୁ ଜିଲ୍ଲାର ସମସ୍ତ ପଞ୍ଚାୟତ ରେ ମଜଭୁତ କରିବା ସହିତ ଲୋକଙ୍କ ଦୈନନ୍ଦିନ ସମସ୍ୟା କୁ ନେଇ ଆନ୍ଦୋଳନ ଗଢିତୋଳିବା ପାଇଁ ନିଷ୍ପତି ହୋଇଛି।କଂଗ୍ରେସ ଦଳ ଯେଉଁ ରାଜନୈତିକ ବିଚାର ଉପରେ ଦଣ୍ଡାୟମାନ , ସେହି ବିଚାର କୁ ଅଧିକ ସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚେଇବାର ପ୍ରୟାସ ହେବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।

ଆସନ୍ତା କାଲି ଜିରା ନଦୀର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ପୂର୍ବାହ୍ନରେ ଧନୁଯାତ୍ରା ପଡିଆ ରେ ଜିରା ବଞ୍ଚାଅ ଆନ୍ଦୋଳନ କୁ ଆରମ୍ଭ କରାଯିବ ବୋଲି ସଂଗଠନ ପକ୍ଷରୁ ଶ୍ରୀ ପାଣ୍ଡବ କର୍ଣ୍ଣ ଓ କିଶୋର ସାହୁ ଜଣାଇଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post