କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣା : ପଦ୍ମପୁର ଠାରେ ମହମବତୀ ଶୋଭାଯାତ୍ରା, ଶ୍ରଦ୍ଧାଞ୍ଜଳି ପ୍ରଦାନ...
ବରଗଡ଼/ପଦ୍ମପୁର,୨୨/୦୨ : ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଆଜି ସଂଧ୍ୟା ୬ ଟା ୩୦ ମିନିଟ ସମୟରେ ପଦ୍ମପୁର ଦୂର୍ଗା ମନ୍ଦିର ଠାରୁ ଭେଉରିଆଛକ ଓ ଥାନାଛକ ହୋଇ ଭେଉରିଆଛକ ଠାରେ କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣା କୁ ନେଇ ଆତ୍ମହତ୍ୟା ପାଇଁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
Ad..
କିଟ୍ ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ଅତି ଦୁଃଖଦାୟକ ଓ ଆମେ ସମସ୍ତେ ମର୍ମାହତ ଜଣାଇ ଘଟଣା ର ସିବିଆଇ ତଦନ୍ତର ଦାବି କରି ଏକ ରେଲି କରାଯାଇଛି।
Ad..
ଷ୍ଟୁଡେଣ୍ଟ୍ ସୋସାଇଟି ଅଫ୍ ଓଡ଼ିଶା ତରଫରୁ ରେଭେନ୍ସା ର ପୂର୍ବତନ ଛାତ୍ର ସଂସଦ ସମ୍ପାଦକ ତଥା ପଦ୍ମପୁର ର ସମାଜସେବୀ ଚନ୍ଦନ ବଂଶଲ ଙ୍କ ନେତୃତ୍ବରେ ଛାତ୍ର ଓ ଯୁବକ ସାମିଲ୍ ହୋଇ ଆମେ ନ୍ଯାୟ ଚାହୁଁ ନାରାଦେଇ ନଗର ପରିକ୍ରମା କରିବାସହ ଭେଉରିଆଛକ ଠାରେ ମୃତ୍ୟୁ ବରଣ କରିଥିବା ଛାତ୍ରୀ ଙ୍କ ନାମରେ ନିରବ ପ୍ରାର୍ଥନା କରିବା ସହ ମହମବତୀ ଜଲାଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।
Report : Bijay ku sahu
Edited by k.s thakur...



