ମାଓ ଅଧ୍ୟୁଷିତ ଅଞ୍ଚଳ ରେ ବେଲପଡ଼ା ପୋଲିସ ପକ୍ଷରୁ ଜନ ସମ୍ପର୍କ ଶିବିରର ଆୟୋଜନ...
ବେଲପଡ଼ା,୨୨/୦୨ : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ପୋଲିସ ଥାନା ବାଗଡୋର ଗ୍ରାମ ପଞ୍ଚାୟତ ର୍ଅନ୍ତର୍ଗତ କୁମ୍ଭାରଖୁଣ୍ଟ ଗ୍ରାମର ଖେଳ ପଡିଆ ଠାରେ ବେଲପଡ଼ା ପୋଲିସ ପକ୍ଷରୁ ଜନ ସମ୍ପର୍କ ଶିବିର ର ଆୟୋଜନ କରାଯାଇଥିଲା।
Ad..
ଏହି ଜନ ସମ୍ପର୍କ ଶିବିର ରେ ଆଖ ପାଖ ୧୦ ଖଣ୍ଡ ଗ୍ରାମ ଲୋକେ ଅଂଶ ଗ୍ରହଣ କରିଥିଲେ। ଲୋକଙ୍କ ନିମନ୍ତେ ସ୍ବାସ୍ଥ୍ୟ ଶିବିର,ଚକ୍ଷୁ ଚେକ୍ ଅପ୍, ଲୋକଙ୍କୁ ଔଷଧ ବିତରଣ ସହ କ୍ରିକେଟ ମ୍ୟାଚ୍ ର ଆୟୋଜନ କରାଯାଇଥିଲା।
Ad..
କ୍ରିକେଟ ମ୍ୟାଚ୍ ରେ ୧୦ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ଏହି ମ୍ୟାଚ୍ ରେ କୁମ୍ଭାର ଖୁଣ୍ଟ ଗ୍ରାମ ର କ୍ରିକେଟ ଦଳ ଚମ୍ପିୟାନ ହୋଇଥିଲେ। ଲୋକଙ୍କୁ କମ୍ବଳ, ଛତା, ଛାତ୍ର ଛାତ୍ରୀଙ୍କୁ ବ୍ୟାଗ୍,ଖେଳ ସାମଗ୍ରୀ ବଣ୍ଟନ କରାଯାଇଥିଲା। ସ୍ଥାନୀୟ କୀର୍ତ୍ତନ ଓ ବାହାକ ଦଳ ଲୋକଙ୍କ ମନ ମୁଗ୍ଧ କରିବା ସହ ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ।
ଏହି ଜନ ସମ୍ପର୍କ ଶିବିରର ମୂଲ ଉଦ୍ଦେଶ୍ୟ ହେଲା ଯେ ମାଓ ଅଧ୍ୟୁଷିତ ଅଞ୍ଚଳ ରେ ଜନ ସାଧାରଣ ଙ୍କ ସହିତ ପୋଲିସ ର ସୁସମ୍ପର୍କ ସ୍ଥାପନ କରିବା। ଏହି କାର୍ଯ୍ୟକ୍ରମରେ ବେଲପଡ଼ା ଥାନା ଅଧିକାରୀ ଅନନ୍ତ ପ୍ରଧାନ,ବଲାଙ୍ଗୀର ରୁ ସହାୟକ କମାଣ୍ଡାଣ୍ଟ ସୁଦୀପ୍ତ ସାହୁ,ବେଲପଡ଼ା ବ୍ଲକ ବିଡ଼ିଓ ରାଜେଶ ମେହେର ,ସ୍ଥାନୀୟ ସରପଞ୍ଚ ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...
Tags:
belpada
bolangir
Jan sampark sibir
latest news
latest update
odisha daily current affairs
police



