ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସରପଞ୍ଚଙ୍କ ଦୁଇପୁଅ ଗିରଫ: ପିଇଓ ଓ ମହିଳା ସରପଞ୍ଚ ଫେରାର୍...

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସରପଞ୍ଚଙ୍କ ଦୁଇପୁଅ ଗିରଫ:  ପିଇଓ ଓ ମହିଳା ସରପଞ୍ଚ ଫେରାର୍...


ନୂଆପଡ଼ା,୨୩/୦୨ : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ କୁରେଶ୍ଵର ପଞ୍ଚାୟତର ଉନ୍ନୟନ କାମରେ ୭ ଲକ୍ଷ ୨୦ ହଜାର ୯୮୧ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହା ଉପରେ ଭିଜିଲାନ୍ସ ବିଭାଗ ତଦନ୍ତ କରି ସରପଞ୍ଚ ବିଜୟଲକ୍ଷ୍ମୀ ବରାଳଙ୍କ ଦୁଇପୁଅଙ୍କୁ ଗିରଫ କରିଛି। ସେ ଦୁହେଁ ହେଲେ ସିନାପାଲି ବ୍ଲକ୍ ଘୁଚାଗୁଡ଼ା ପିଇଓ ସତ୍ୟବ୍ରତ ବରାଳ ଏବଂ ଉତ୍ତମ ବରାଳା ଅନ୍ୟପକ୍ଷରେ ସରପଞ୍ଚ ଶ୍ରୀମତୀ ବରାଳ ଓ କୁରେଶ୍ଵର ପିଇଓ ବରୁଣ ଦାସ ଫେରାର ଥିବା ଭିଜିଲାନ୍ସ ବିଭାଗ କହିଛି।

Ad..


କୋମନା ବ୍ଲକ୍ କୁରେଶ୍ଵର ପଞ୍ଚାୟତରେ ୨୦୨୪-୨୫ ଆର୍ଥିକ ବର୍ଷରେ ସିଏଫ୍‌ସି ଏବଂ ଏସ୍ଏଫ୍‌ସି ଆର୍ଥିକ ପାଣ୍ଠିରୁ ହାଇମାଷ୍ଟ ଲାଇଟ୍‌, ଷ୍ଟ୍ରିଟ୍‌ଲାଇଟ ଲଗାଇବା ଓ ମରାମତି କରିବା ସହ ଜିମ୍ ସାମଗ୍ରୀ କୁରେଶ୍ଵର ପାର୍କରେ ସ୍ଥାପନ କରିବା ବାବଦରେ ୭ ଲକ୍ଷ ୨୦ ହଜାର ୯୮୧ ଟଙ୍କା ବ୍ୟୟବରାଦ କରାଯାଇଥିଲା । କିନ୍ତୁ, କୌଣସି କାମ ନକରି ସବୁତକ ଟଙ୍କାକୁ ଆତ୍ମସାତ କରାଯାଇଥିଲା । 

  Ad..


ଏଥିରେ ସରପଞ୍ଚ ବିଜୟଲକ୍ଷ୍ମୀ ବରାଳ, ତାଙ୍କ ଦୁଇପୁଅ ସତ୍ୟବ୍ରତ ଓ ଉତ୍ତମଙ୍କ ସହ କୁରେଶ୍ଵର ପିଇଓ ବରୁଣ ଦାସଙ୍କ ହାତ ଥିବା ଅଭିଯୋଗ ହୋଇଥିଲା । ଉକ୍ତ ଟଙ୍କାରୁ ଉତ୍ତମ ବରାଳଙ୍କ ବ୍ୟାଙ୍କ୍ ଖାତାରେ ୪ ଲକ୍ଷ ୨୦ ହଜାର ଟଙ୍କା ଓ କୁରେଶ୍ବର ପଞ୍ଚାୟତ ଇଓ ବରୁଣ ଦାସଙ୍କ ଖାତାରେ ୩ ଲକ୍ଷ ୯୮୧ ଟଙ୍କା ଜମା ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା । ଶନିବାର କୋରାପୁଟ ଭିଜିଲାନ୍ସ ଟିମ୍ ସିନାପାଲି ବ୍ଲକ୍ ଘୁଚାଗୁଡ଼ା ପଞ୍ଚାୟତରେ ଚଢ଼ଉ କରିବା ସହ ପିଇଓ ସତ୍ୟବ୍ରତ ବରାଳ ଓ ତାଙ୍କ ଭାଇ ଉତ୍ତମ ବରାଳଙ୍କୁ ଗିରଫ କରିଥିଲା।

ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶ ଯେ, କୋମନା ବ୍ଲକ୍ କୁରେଶ୍ଵର ପଞ୍ଚାୟତରେ ୨୦୨୪-୨୫ ଆର୍ଥିକ ବର୍ଷରେ ସିଏଫ୍‌ସି ଏବଂ ଏସ୍ଏଫ୍‌ସି ଆର୍ଥିକ ପାଣ୍ଠିରୁ ହାଇମାଷ୍ଟ ଲାଇଟ୍‌, ଷ୍ଟ୍ରିଟ୍‌ଲାଇଟ ଲଗାଇବା ଓ ମରାମତି କରିବା ସହ ଜିମ୍ ସାମଗ୍ରୀ କୁରେଶ୍ଵର ପାର୍କରେ ସ୍ଥାପନ କରିବା ବାବଦରେ ୭ ଲକ୍ଷ ୨୦ ହଜାର ୯୮୧ ଟଙ୍କା ବ୍ୟୟବରାଦ କରାଯାଇଥିଲା। 

କିନ୍ତୁ, କୌଣସି କାମ ନକରି ସବୁତକ ଟଙ୍କାକୁ ଆତ୍ମସାତ କରାଯାଇଥିଲା । ଏଥିରେ ସରପଞ୍ଚ ବିଜୟଲକ୍ଷ୍ମୀ ବରାଳ, ତାଙ୍କ ଦୁଇପୁଅ ସତ୍ୟବ୍ରତ ଓ ଉତ୍ତମଙ୍କ ସହ କୁରେଶ୍ଵର ପିଇଓ ବରୁଣ ଦାସଙ୍କ ହାତ ଥିବା ଅଭିଯୋଗ ହୋଇଥିଲା । ଉକ୍ତ ଟଙ୍କାରୁ ଉତ୍ତମ ବରାଳଙ୍କ ବ୍ୟାଙ୍କ୍ ଖାତାରେ ୪ ଲକ୍ଷ ୨୦ ହଜାର ଟଙ୍କା ଓ କୁରେଶ୍ବର ପଞ୍ଚାୟତ ଇଓ ବରୁଣ ଦାସଙ୍କ ଖାତାରେ ୩ ଲକ୍ଷ ୯୮୧ ଟଙ୍କା ଜମା ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା । 

ଶନିବାର କୋରାପୁଟ ଭିଜିଲାନ୍ସ ଟିମ୍ ସିନାପାଲି ବ୍ଲକ୍ ଘୁଚାଗୁଡ଼ା ପଞ୍ଚାୟତରେ ଚଢ଼ଉ କରିବା ସହ ପିଇଓ ସତ୍ୟବ୍ରତ ବରାଳ ଓ ତାଙ୍କ ଭାଇ ଉତ୍ତମ ବରାଳଙ୍କୁ ଗିରଫ କରିଥିଲା।





Edited by k.s thakur...



Post a Comment

Previous Post Next Post