ଓସିଏ ନୂତନ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି...

ଓସିଏ ନୂତନ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି...


ଭୁବନେଶ୍ୱର,୨୩/୦୨ : ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର ନୂତନ ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ନିିର୍ବାଚିତ ହୋଇଛନ୍ତି। ବବି ଦାସଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ପଙ୍କଜ ଲୋଚନ ମହାନ୍ତି। ଦ୍ବିତୀୟ ଥର ପାଇଁ ଓସିଏସର ସଭାପତି ଦାୟିତ୍ବ ସମ୍ଭାଳିବେ ପଙ୍କଜ ଲୋଚନ ମହାନ୍ତି।

Ad..


ସୂଚନାଯୋଗ୍ୟ ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଉପସଭାପତି ଥିବା ପଙ୍କଜ ଲୋଚନ ମହାନ୍ତି କାମଚଳା ସଭାପତି ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ବବି ଦାସଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ। ନିୟମ ଅନୁଯାୟୀ, ୪୫ ଦିନ ମଧ୍ୟରେ ନୂଆ ସଭାପତି ଚୟନ କରିବା ନେଇ ଓସିଏ ପକ୍ଷରୁ ସୂଚନା ଜାରି କରାଯାଇଥିଲା। 

     Ad..


୨୦୨୫ ଜାନୁଆରୀ ୧୩ ତାରିଖରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ନେଇ ବିଜ୍ଞପ୍ତି ଜାରି ହୋଇଥିଲା। ଏହାପରେ ଫେବୃଆରୀ ୧୫ ତାରିଖରୁ ବିଧିବଦ୍ଧ ନିର୍ବାଚନ ପ୍ରକ୍ରିୟା ଆଧାରରେ ଆଜି ନିର୍ଦ୍ୱନ୍ଦ୍ବରେ ସଭାପତି ଭାବରେ ପଙ୍କଜ ଲୋଚନ ମହାନ୍ତିଙ୍କୁ ଦାୟିତ୍ୱ ଭାର ପ୍ରଦାନ କରିଛି ଓଡିଶା କ୍ରିକେଟ ସଂଘ।



Edited by k.s thakur...


Post a Comment

Previous Post Next Post