ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ମାତୃଭାଷା ଦିବସ ପାଳିତ...

ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ମାତୃଭାଷା ଦିବସ ପାଳିତ...


ବରଗଡ଼,୨୨/୦୨ : ମାତୃଭାଷା ମାତୃଭୂମି ପ୍ରତି ନିଜର ପ୍ରତିବଦ୍ଧତା ଶିଖାଏ। ତେଣୁ ମାତୃ ଭାଷା ପ୍ରତି ଆଦର ଓ ସମ୍ମାନ ରହିବା ଉଚିତ୍ ବୋଲି ବରଗଡ଼  ରାଣା ପ୍ରତାପ ସ୍କୁଲ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ମାତୃ ଭାଷା ଦିବସ ପାଳନ ଅବସର ରେ ମତ ପ୍ରକାଶ ପାଇଛି। 

Ad..


ସଂସଦ ର ସଭାପତି ଛାତ୍ରୀ ଧରିତ୍ରୀ ନାଏକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସମ୍ପାଦିକା ସାଲିନି ସା ସ୍ଵାଗତ ଅଭିଭାଷଣ ପ୍ରଦାନ କରି ମାତୃଭାଷା କିପରି ମାତୁଭୂମି ପ୍ରତି ପ୍ରତିବଦ୍ଧତା ସିଖାଏ ଉଲ୍ଲେଖ କରିଥିଲେ।

     Ad..


ଉପ ସଭାପତି ଶୋଭିତ ନାଏକ ସହ ସମ୍ପାଦିକା ରିତିକା ସା କୋଷାଧ୍ୟକ୍ଷ ମମତା ମହାରଣା ପ୍ରମୁଖ ଉପସ୍ଥିତ ରହି ମାତୃଭୂମି ଓ ମାତୃଭାଷା ର ମହତ୍ବ ସମ୍ବନ୍ଧ ରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।ସଂସଦ ର ଉପଦେଷ୍ଠା ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ଏଭଳି ଆଲୋଚନା ଆୟୋଜନ କୁ ପ୍ରଶଂସା କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post