ଷ୍ଟେଟ ବ୍ୟାଙ୍କ ଏଟିଏମ୍ ରେ ଟଙ୍କା ନାହିଁ ଗ୍ରାହକ ଙ୍କ ଅସନ୍ତୋଷ ବଢିବାରେ ଲାଗିଛି...
ବରଗଡ଼,୨୨/୦୨ : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ସମସ୍ତ ଏସ ବି ଆଇ ଏଟିଏମ୍ ଅଚଳ ସୋଇପଡିଥିବା ରୁ ଟଙ୍କା ଅଭାବରୁ ଗ୍ରାହକ ଙ୍କୁ ନାନା ହଇରାଣ ହରକତ ହେବାକୁ ପଡ଼ିଛି।
Ad..
ଗତ ଗୁରୁବାରଠାରୁ ଆଜି ପର୍ଯ୍ୟନ୍ତ ପଦ୍ମପୁର ସହରର ବିଭିନ୍ନ ସ୍ଥାନରେ ଥିବା ଷ୍ଟେଟ ବ୍ୟାଙ୍କର ଏଟିଏମ୍ ରେ ଟଙ୍କା ବାହାରୁ ନାହିଁ। ମୁଖ୍ୟ କରି ଗ୍ରାମାଞ୍ଚଳ ରୁ ଡାକ୍ତରଖାନା ଆସୁଥିବା ରୋଗୀଙ୍କ ଦୂର୍ଦଶା ସରକାରୀ କାଗଜପତ୍ର ପାଇଁ ବିଭିନ୍ନ କାର୍ଯ୍ୟାଳୟ କୁ ଆସୁଥିବା ଲୋକ ଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି।
Ad..
ଏଭଳି କି ମୁଖ୍ୟ ବ୍ୟାଙ୍କ ର ସମ୍ମୁଖୀନ ଥିବା ଏଟିଏମ୍ ରେ ଟଙ୍କା ନାହିଁ ଗ୍ରାହକ ଏଟିଏମ୍ ଆସି ଚେକ୍ କରିବା ପରେ ଖାଲିହାତରେ ନିରାଶ ହୋଇ ଫେରୁଛନ୍ତି ଯାହା ଗ୍ରାହକ ଅସନ୍ତୋଷ ବଢିବାରେ ଲାଗିଛି। ଷ୍ଟେଟ ବ୍ୟାଙ୍କ ରେ ନିଜର ଜମା ଟଙ୍କା ଦରକାର ସମୟରେ ଏଟିଏମ୍ ରୁ ପାଉନଥିବା ରୁ ବ୍ୟାଙ୍କ ପ୍ରତି ମଧ୍ୟ ଗ୍ରାହକଙ୍କ ରାଗ ରହୁଛି।
ଏଟିଏମ୍ ରେ ଟଙ୍କା ଅଭାବ ଘଟଣା କୁ ନେଇ ବ୍ୟାଙ୍କ ରେ ପଚରାଗଲେ ଏଟିଏମ୍ କାମ ଆମର ନୁହେଁ ବୋଲି ପ୍ରତି ଉତ୍ତର ଗ୍ରାହକଙ୍କ ମନରେ ଆଘାତ ଦେଉଛି।
Report : Bijay ku sahu
Edited by k.s thakur...



