କାଲି ଠାରୁ ୪ ଦିନ ପ୍ରବଳ ବର୍ଷା! ବିଜୁଳି ଘଡଘଡି ସହ ଝଡ ବର୍ଷା ନେଇ ସତର୍କ ସୂଚନା ଜାରି...
ଭୁବନେଶ୍ୱର,୧୯/୦୨ : ଆସୁଛି ବର୍ଷା। ପୁଣି ଭିଜିବ ଓଡିଶା। ପଶ୍ଚିମାଝଡ ସହ ଟ୍ରପ୍ଲାଇନ ସକ୍ରିୟ ରହିଛି। ଏହାର ପ୍ରଭାବରେ ଫେବୃଆରୀ ୨୦ରୁ ୨୩ ତାରିଖ ଅର୍ଥାତ୍ ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ବୁଧବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
Ad..
ଅର୍ଦ୍ଧାଧିକ ଜିଲାରେ ବର୍ଷା ସମ୍ଭାବନା ରହିଛି । ୨୦ ତାରିଖରେ ୩ ଜିଲାକୁ ଅରେଞ୍ଜ ଓ ୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୧ ତାରିଖରେ ୭ ଜିଲାକୁ ଅରେଞ୍ଜ ଓ ୧୨ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୨ ଓ ୨୩ ତାରିଖରେ ମଧ୍ୟ ଉତ୍ତର ଓ ଉପକୂଳରେ ବର୍ଷା ସମ୍ଭାବନା ରହିଛି।
Ad..
ବିଜୁଳି ଘଡଘଡି ସହ ଝଡ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱରକୁ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରାହ୍ଣ ସମୟରେ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।
Edited by k.s thakur...
Tags:
Bhubaneswar
heavy rainfall
IMD forecast
latest news
latest update
lightning alert
odisha daily current affairs



