ସର୍ଗି ଫୁଲ ମହୁଲ ଝାରେ ଗୀତରେ ଗରଜିଲା ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ...

ସର୍ଗି ଫୁଲ ମହୁଲ ଝାରେ ଗୀତରେ ଗରଜିଲା ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ...


ପାଇକମାଳ,୧୯/୦୨ :- ସର୍ଗି ଫୁଳ ମହୁଲ ଝାରେ ଗୀତରେ ଗରଜିଲା ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ।ପାଇକମାଳ ବ୍ଲକ ଅନ୍ତର୍ଗତ ସର୍ବ ପୁରାତନ ପୁରେନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

            Ad..


ପ୍ରଧାନ ଶିକ୍ଷକ ଧ୍ରୁବରାଜ ଵେଶ୍ରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶିକ୍ଷକ ମାଧବ ପୁରୋହିତ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରତୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ରୀତା ସୁନା,ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଡୋଳାମଣି ମାହାର,ଅନ୍ୟତମ ସମ୍ମାନିତ ଅତିଥି ଭାବେ ସି.ଆର.ସି.ସି ଉଗ୍ରସେନ ପ୍ରଧାନ,ବ୍ରଜ କିଶୋର ଜେନା ଓ ବିଜୟ କୁମାର ସ୍ବାଇଁ,ସ୍କୁଲ ଚେୟାରମେନ ଓମପ୍ରକାଶ ସୁନାନୀ...

    Ad..


ବରିଷ୍ଠ ସାମ୍ବାଦିକ ଶ୍ରୀ ଧିରେନ ମହାନ୍ତି,ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ସୁନା,ରାମନାଥ ବାଗ,ପ୍ରଫୁଲ୍ଲ ବେହେରା ଓ ସହଦେବ ମାଝୀ,ପୂର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର,ଗଣପତି ଦାଉ,ଜଗବନ୍ଧୁ ରାଉତରାୟ,ୱାର୍ଡମେମ୍ବର କୌଶଲ୍ୟା ଧରୁଆ ପ୍ରମୁଖ ଯୋଗଦାନ ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରି ଆଜିର ସଂସ୍କୃତି,ଖେଳନା,ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉପରେ ମାର୍ଗଦର୍ଶନ କରିଥିଲେ।

ଏହି ବିଦ୍ୟାଳୟରେ ହୋଇଥିବା ଖେଳ,କୁସରତ,ନାଚ ଆଦି ଉପରେ ବିଶେଷ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀ ବରିଷ୍ଠ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସଂସ୍କୃତିକ ଗୀତ ନାଚ ସମସ୍ତଙ୍କୁ ମୁକ୍ଧ କରିଥିଲା।ଶେଷରେ ଶିକ୍ଷୟିତ୍ରୀ ରୀତୁବାଳା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।




Edited by k.s thakur...



Post a Comment

Previous Post Next Post