ପଦ୍ମପୁର ସହରର ଟ୍ରାଫିକ ଲାଇଟ୍ ବ୍ୟବସ୍ଥା ଅଚଳ, ଦୂର୍ଘଟଣା ସମ୍ଭାବନା...

ପଦ୍ମପୁର ସହରର ଟ୍ରାଫିକ ଲାଇଟ୍ ବ୍ୟବସ୍ଥା ଅଚଳ, ଦୂର୍ଘଟଣା ସମ୍ଭାବନା...


ବରଗଡ଼,୧୯/୦୨ : ବରଗଡ଼ ଜିଲ୍ଲା ପଦ୍ମପୁର ଭେଉରିଆ ଛକଠାରେ ପ୍ରଥମ ଶୁଭାରମ୍ଭ ହୋଇଥିବା ସିଙ୍ଗନାଲ ଟ୍ରାଫିକ ଲାଇଟ୍ ବ୍ୟବସ୍ଥା ଶୁଭାରମ୍ଭ ର କିଛି ମାସ ପରେ ଅଚଳ ହୋଇ ପଡ଼ିଥିବାରୁ ଲୋକ ଙ୍କ ସୁବିଧା ବଦଳରେ ଅଧିକ ଅସୁବିଧା ହେଉଛି। 

             Ad..


ଆଜି କୁ ପ୍ରାୟ ପାଞ୍ଚ ଦିନ ରୁ ଉର୍ଦ୍ଧ ହେଲିଣି ଭେଉରିଆ ଛକଠାରେ ସିଙ୍ଗନାଲ ଲାଇଟ୍ ଟ୍ରାଫିକ ଜଳୁ ନାହିଁ ଫଳରେ ଲୋକଙ୍କୁ ସିଙ୍ଗନାଲ ଟ୍ରାଫିକ ରେ ଦୂର୍ଘଟଣା ଘଟୁଛି। ପୂର୍ବରୁ ସିଙ୍ଗନାଲ ଲାଇଟ୍ ଜଳୁଥିବା ରୁ ଲୋକ ମାନେ ଟ୍ରାଫିକ ବ୍ୟବସ୍ଥା ମାନୁଥିଲେ। 

     Ad..


ନିର୍ଦିଷ୍ଟ ସମୟ ମଧ୍ୟରେ ଯିବା ଆସିବା ଯୋଗୁଁ ଯାତାୟତରେ ଶୃଙ୍ଖଳା ଥିଲା ଭାରିଯାନ ଯିବା ତଥା ଯିବା ଆସିବା ସମୟରେ ସୁବିଧା ହେଉଥିଲା ଟ୍ରାଫିକ ନିୟମ ମାନି ଯିବା ଆସିବା ହେଉଥିଲା ଏବେ କିନ୍ତୁ ବିପଦ ମାଡି ଆସିଛି। ଟ୍ରାଫିକ ଲାଇଟ୍ ଅଚଳ ହୋଇ ପଡ଼ିଥିବାରୁ ଲୋକଙ୍କ ଅସୁବିଧା ବଢ଼ିବାରେ ଲାଗିଛି ଯାହା ଟ୍ରାଫିକ ବ୍ୟବସ୍ଥା କୁ କେହି ମାନୁ ନାହାଁନ୍ତି ଯାହା ବଡ ଦୂର୍ଘଟଣା ମଧ୍ୟ ଘଟିବାର ସମ୍ଭାବନା ରହୁଛି। 

ଟ୍ରାଫିକ ସିଙ୍ଗନାଲ ଥିବା ର ମନେକରି ଗାଡି ଅଟକି ଯାଉଥିବା ବେଳେ କେତେବେଳେ ଦୃତଗାମୀ ଯାନବାହାନ ବେଧଡକ ଗତି କରୁଛି ଫଳରେ ଭେଉରିଆଛକରେ ବିଶୃଙ୍ଖଳା ଦେଖାଦେଉଛି। ଟ୍ରାଫିକ ନିକଟରେ ଥିବା ପୋଲିସ ଙ୍କୁ ମଧ୍ୟ କେହି ମାନୁନଥିବା ବେଳେ ଟ୍ରାଫିକ ସିଙ୍ଗନାଲ ଲାଇଟ୍ ଅଚଳ ହୋଇ ପଡ଼ିଥିବାରୁ ପୋଲିସ ମଧ୍ୟ ଅସହାୟ ହୋଇ ପଡ଼ୁଛି। 

ପଦ୍ମପୁର ଉପଖଣ୍ଡ ମୁଖ୍ୟାଳୟ ରେ ଦୁଇ ଦୁଇ ଜଣ ଆଇ ଏ ଏସ୍ ଓ ଜଣେ ଆଇପିଏସ ଅଧିକାରୀ ଥିଲେ ମଧ୍ୟ ଏପରି ମୁଖ୍ୟ ଛକ ରେ ଟ୍ରାଫିକ ବ୍ୟବସ୍ଥା କୁ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରୁଛନ୍ତି।



Edited by k.s thakur...





Post a Comment

Previous Post Next Post