ଭଟଲି ବରିଷ୍ଠ ନାଗରିକ ମଞ୍ଚ ର ତାଲିମ ଶିବିର...

ଭଟଲି ବରିଷ୍ଠ ନାଗରିକ ମଞ୍ଚ ର ତାଲିମ ଶିବିର...


ବରଗଡ଼ / ଭଟଲି,୧୯/୦୨ : ଭଟଲି  ପଞ୍ଚାୟତ ସମିତି ସଭା ଗୃହ ଠାରେ ଭଟଲି ବରିଷ୍ଟ ନାଗରିକ ମଞ୍ଚ ର ସ୍ଵେଚ୍ଛାସେବୀ ମାନଙ୍କୁ  ବରିଷ୍ଟ ନାଗରିକଙ୍କ ସମସ୍ୟା ଓ ସରକାରୀ ସୁବିଧା ସମ୍ପର୍କରେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। 

            Ad..


ଏହାକୁ ବରଗଡ ଜିଲ୍ଲା  ବରିଷ୍ଟ ନାଗରିକ ସଂଘ ର ସମ୍ପାଦକ ତଥା ସମାଜସେବୀ ରୋଟରିଏନ ଶ୍ରୀ ଗୋବିନ୍ଦ ଦାଶ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।  ସେ ତାଙ୍କ ଅଭିଭାଷଣ ରେ  ସଂଗଠନ ଜରିଆରେ  କିପରି ସାମୁହିକ କିମ୍ବା ସଦସ୍ୟ  ମାନଂକ ବ୍ୟକ୍ତିଗତ ସମସ୍ୟାକୁ  ସହଜରେ ସମାଧାନ କରିହେବ ତାହା ଉଦାହରଣ ସହ ବୁଝାଇଥିଲେ। 

     Ad..


କାର୍ଯକ୍ରମ ପ୍ରାରମ୍ଭ ରେ ଭଟଲି ବରିଷ୍ଟ ନାଗରିକ ମଞ୍ଚ ର ନବ ନିର୍ବାଚିତ କର୍ମକର୍ତ୍ତା ମାନେ   ସଙ୍ଗଠନ ର ସମ୍ବିଧାନ ପ୍ରତି  ଆନୁଗତ୍ୟ ପ୍ରଦର୍ଶନ ପୂର୍ବକ  ନିଷ୍ଠା ର ସହ ସମାଜ ସେବା କାର୍ଯ୍ୟ ତୁଲାଇବେ ବୋଲି ଶପଥ  ନେଇଥିଲେ । ଏଥିରେ ସଭାପତିତ୍ବ କରି ଥିଲେ ବିଦାୟୀ ସଭାପତି ଶ୍ରୀ ବାଙ୍କ ବିହାରୀ ମିଶ୍ର ।

ତାଲିମ କାର୍ଯକ୍ରମ ରେ  ଅଂଶଗ୍ରହଣ କରି ନବ ନିଯୁକ୍ତ ସଭାପତି  ଶ୍ରୀ ଜଗଦୀଶ ସାହୁ ହର୍ଲିପାଲି , ସାଧାରଣ ସମ୍ପାଦକ ଶ୍ରୀ ମୋତିଲାଲ ବନଛୋର,  ସଂଗଠନ ସମ୍ପାଦକ ଶ୍ରୀ ଭୀମସେନ ବାରିକ , ଉପସଭାପତି ନରେନ୍ଦ୍ର ପଣ୍ଡା , କାର୍ଯ୍ୟାଳୟ ସମ୍ପାଦକ ଶ୍ରୀ  ହିମାଂଶୁ ସେଖର ପଣ୍ଡା,  ସହ ସମ୍ପାଦକ ଶ୍ରୀ ଦିଲୀପ ପଣ୍ଡା ସମେତ  ସମସ୍ତ  ସକ୍ରିୟ ସଦସ୍ୟ ମାନେ ଯୋଗଦାନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସନ୍ତୋଷ ବନଛୋର, ଜାନକୀ ପଣ୍ଡା, କୃଷ୍ଣ ଚନ୍ଦ୍ର ସାହୁ, ସତ୍ୟବାଦୀ ପ୍ରଧାନ, ବିଶ୍ବନାଥ ସାହୁ,ଲେକ୍ରୁ ପଟେଲ ଆଦି ଯୋଗଦେଇ ସହଯୋଗ କରିଥିଲେ।

 ଶ୍ରୀ ସତ୍ୟାନନ୍ଦ ପ୍ରଧାନ ସ୍ଵାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରି ଥିବା ବେଳେ ପୂର୍ବତନ ସମ୍ପାଦକ ଶ୍ରୀ ଜଗଦୀଶ ସାହୁ ସିନିୟର ଧନ୍ୟବାଦ ଅର୍ପଣ କରିଥିଲେ ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post