ପରିବର୍ତ୍ତନ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ...
ବରଗଡ଼,୦୨/୦୨ : ପରିବର୍ତ୍ତନ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରବିବାର ଭେଡେନ ହାଟପଦା ସ୍ଥିତ ସରକାରି ପ୍ରାଥମିକ ବିଦ୍ୟାଲୟ ଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଭେଡେନ ବ୍ଳକ ବିଡିଓ ତ୍ରିପୁରା ମହାନନ୍ଦ ଫିତା କାଟି ଉଦ୍ଘାଟନ କରିଥିଲେ ଏବଂ ଅତିଥି ଭାବେ ଭେଡେନ ନାଗରିକ କମିଟି ସଭାପତି ସ୍ଵାଧୀନ ରଥ ଓ ବିଜେପି ଜିଲ୍ଲା ସଭାପତି ଡ଼. ଆରୁପାନନ୍ଦ୍ ସାହୁ ଯୋଗ ଦେଇଥିଲେ।
Ad..
ଶିବିରରେ ଦୁଇ ଜଣ ମେଡିସିନ ଡାକ୍ତର ଡ଼. ସ୍ଵାଗତ ପ୍ରଧାନ , ଡ଼. ତତ୍ଵଦର୍ଷି ସାହୁ ଏବଂ ଜଣେ ଶିଶୁ ରୋଗ ବିଶେଷଜ୍ଞ ଡ଼ ଅମିତ ଭୋଇ ଯୋଗଦାନ କରିଥିଲେ। ଏହି ଶିବିରରେ ୩୫ ଜଣ ଶିଶୁ ଓ ୧୩୦ କଣ ବୟସ୍କ ରୋଗି ଚିକିତ୍ସିତ ହୋଇଥିଲେ। ଆଜି ସକାଳ ୧୦ ଟା ସମୟରୁ ବିନା ମୁଲ୍ୟରେ ଚିକିତ୍ସା ଓ ଔଷଧ ବଣ୍ଟନ ହୋଇଥିଲା।
Ad..
ଏହି ଶିବିର ଭେଡେନ ପ୍ରଥମିକ ସ୍କୁଲ ଠାରେ ହୋଇଥିବା ବେଲେ ପରିବର୍ତ୍ତନ ଟ୍ରଷ୍ଟ ଗତ ୧ ଯାନୁୟାରୀ ୨୫ ରେ ଜନସାଧାରଣ ଲୋକଙ୍କୁ ଶିକ୍ଷା ସ୍ବାସ୍ଥ୍ୟ ଯୋଗାଇ ଦେବା ଉଦେଶ୍ୟରେ ଆରମ୍ଭ କରିଛନ୍ତି।
ଗତ ଜାନୁୟାରୀ ମାସ ବରଗଡ ବାପୁଜୀ ଭିନ୍ନକ୍ଷମ ସ୍କୁଲରୁ ଆରମ୍ଭ କରି ଭେଡେନ ରାମଲିଲା ମହୋତ୍ସବରେ ଲୋକଙ୍କୁ ଜଳ ଯୋଗାଉ ଥିଲେ ଓ ଆଜି ଭେଡେନ ଅଞ୍ଚଲର ରୋଗି ମାନଙ୍କୁ ବିନା ମୁଲ୍ୟରେ ଚିକିତ୍ସା ସହ ଔଷଧ ବଣ୍ଟନ କରିଛନ୍ତି। ଏହି ଶିବିରକୁ ଜନ ସାଧାରଣ ସ୍ବାଗତ କରିଛନ୍ତି। ଏହି ଶିବିର ରେ ଫାର୍ମାସିଷ୍ଟ ଅବିନାଶ ମେହେର ସଙ୍ଗଠନ ର ସ୍ମିତ ପ୍ରଧାନ , ଦେବବ୍ରତ ଡ଼ନସେନା , ନିତିଶ ଭୋଇ, ନରେଶ ମେହେର , ସୁରଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...



