ପଦ୍ମପୁର ରାଜବୋଡାସମ୍ବର ମେହେର (ଭୂଲିଆ) ସମାଜର ତ୍ରୈମାସିକ ସମ୍ମିଳନୀ ଅନୁଷ୍ଟିତ...
ପଦ୍ମପୁର,୦୨/୦୨ : ପଦ୍ମପୁର ରାଜବୋଡାସମ୍ବର ମେହେର (ଭୂଲିଆ) ସମାଜର ତ୍ରୈମାସିକ ସମ୍ମିଳନୀ କୁଡାସିଂହା ଗ୍ରାମରେ ସଭାପତି ରୋହିତ ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା। ବୋଡାସମ୍ବର ଅଞ୍ଚଳର ବିଭିନ୍ନ ଜୋନ ରୁ ପ୍ରାୟ ୪ ଶହ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଯୋଗଦାନ କରିଥିଲେ।ମାଁ ସମଲେଶ୍ବରୀ,ସ୍ବଭାବ କବି ଗଙ୍ଗାଧର ମେହେର ଓ ମଙ୍ଗା (ତନ୍ତ) ଫୋଟ ଚିତ୍ର କୁ ପୂଜାର୍ଚ୍ଚନା କରାଯାଇଥିଲା।
Ad..
ଉପ ସଭାପତି ଚୂଳ ସୁନ୍ଦର ମେହେର ସ୍ବାଗତ ଜଣାଇବା ସହ ସଭାର ଉଦେଶ୍ୟ ଜ୍ଞାପନ କରିଥିବାବେଲେ ବିପିନ ବିହାରୀ ମେହେର ସଂପାଦକୀୟ ବିବରଣୀ ପଠନ କରିଥିଲେ। ସମାଜର ବରିଷ୍ଟ କାର୍ଯ୍ୟକର୍ତ୍ତା ତଥା ଜୋନ ସଭାପତି ପତି ମାନଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା।
Ad..
ଭୁଲିଆ ସମାଜର କୁନି କୁନି ପିଲାମାନେ ନୃତ୍ୟ ଏବଂ ସଂଙ୍ଗୀତ ପରିବେଷଣ କରିଥିଲେ।ସଭାପତି ରୋହିତ ମେହେର ସମାଜର ବିଭିନ୍ନ ଉନ୍ନତୀ ଦିଗ ଉପରେ ଆଲୋଚନା କରିବା ସହ ବିଭିନ୍ନ ସମସ୍ୟା ର ସମାଧାନ ଅପରେ ଆଲୋଚନା କରିଥିଲେ।
ଉପଦେଷ୍ଟା ଶେଷଦେବ ମେହେର ଜନକଲାଲ ମେହେର ଯୁବାମଞ୍ଚ ସଭାପତି ରୀତେଶ ରଜଂନ ମେହେର ପ୍ରମୁଖ ମଞ୍ଚାସୀନ ରହି ସମାଜର ସୁବିଧା ଓ ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ସେହିପରି ଉପେନ୍ଦ୍ର ମେହେର,ପ୍ରଫୁଲ୍ଲ ମେହେର,ଡିଗ୍ରୀଲାଲ ମେହେର,ସାଗର ମେହେର,ଦିନବନ୍ଧୁ ମେହେର,ବଲ୍ଲଭ ମେହେର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟନିର୍ବାହ କରିଥିଲେ। ଶେଷରେ ଯୋଗେଶ୍ବର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...



