ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକ କ୍ରୀଡା ଉତ୍ସବ...
ପାଇକମାଳ,୦୨/୦୨:- ପାଇକମାଳ ଅନ୍ତର୍ଗତ ଲଉଡମାଳ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଡଗର ନିଆଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସି.ଆର.ସି.ସି. ଉଗେସନ ପ୍ରଧାନ ସଭା ପରିଚଳନା କରିଥିଲେ।
Ad..
ଗ୍ରାମାଞ୍ଚଳ ବିଦ୍ୟାଳୟର ସଂସ୍କୃତି,ଖେଳନା ପ୍ରତି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡା ର ବିକାଶ ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରି ସାମୁହିକ ବିକାଶ ପାଇଁ ଯତ୍ନବାନ ହେବା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା।
Ad..
କ୍ରୀଡା ପ୍ରତିଯୋଗିତା ରେ କୃତ୍ତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟଅତିଥି ଶିକ୍ଷାବିତ ଡୋଲାମଣି ମାହାର,ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ଧିରେନ ମହାନ୍ତି,କୁଞ୍ଜ ବିହାରୀ ସାହୁ,ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ଆବାହକ ଦୁର୍ଯୋଧନ ପୁଟା, ଟିକିଲାଲ ମାହାର,ଶିକ୍ଷକ ଦୁବରାଜ ବେଶ୍ରା,ଶିକ୍ଷୟିତ୍ରୀ ସୁଜାତା ଧରୁଆ,ସୁଷମା ଯାନି, ବାସନ୍ତୀ ନିଆଲ୍, ଚୁଡ଼ାମଣି ଛୁରୀ,ଦୟାନିଧି ସାହୁ ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ସହ କ୍ରୀଡା ର ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ଡନସନା,ସହକାରୀ ଶିକ୍ଷୟିତ୍ରୀ ସୁଜାତା ଧରୁଆ,ସ୍କୁଲ ଚେୟାରମେନ ଡଗର ନିଆଳ,ଉପ ସଭାପତି ସୁଷମା ଯାନି ପ୍ରମୁଖ ଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ମାନପତ୍ର ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା।ପ୍ରଧାନ ଶିକ୍ଷକ ହରେକୃଷ୍ଣ ଡନସନା ଉତ୍ସବର ବାର୍ଷିକ ବିବରଣୀ ପଠନ,ଉଦ୍ଦେଶ୍ୟ ଜ୍ଞାପନ ସହ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...



