ଅଙ୍ଗ ନଦୀରେ ପାଣି ନାହିଁ ବରଗଡ଼ ଜିଲ୍ଲା ପଦ୍ମପୁର ସହରକୁ ଜଳ ଯୋଗାଣ ବନ୍ଦ...
ବରଗଡ଼,୦୨/୦୨ : ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଖରା ଆରମ୍ଭ ନ ହେଉଣୁ ଅଙ୍ଗ ନଦୀରେ ଧାର ସୁଖି ଜଳଯୋଗାଣ ବ୍ୟବସ୍ଥା ସଂପୂର୍ଣ୍ଣ ବନ୍ଦ ହେବାର ଏକ ସପ୍ତାହ ଅତିକ୍ରମ କରି ଥିଲେ ମଧ୍ୟ ସ୍ଥାନୀୟ ଜନପ୍ରତିନିଧି ଙ୍କ ଭୂମିକା ଗୈଣ ହୋଇଥିବା ରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି।
Ad..
ଦଶନ୍ଧି ଦଶନ୍ଧି ଧରି ପଦ୍ମପୁର ସହରରେ ପାଇପ୍ ଜଳ ଯୋଗାଣ ଖରା ମାସ ଅର୍ଥାତ୍ ଏପ୍ରିଲ ରୁ ଜୁନ୍ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ରହିଥାଏ ଯାହା ର ଅସ୍ଥାୟୀ ସମାଧାନ ସ୍ଵରୂପ ଟେଙ୍କର ଯୋଗେ ଜଳ ବିତରଣ କରାଯାଇଥାଏ।
Ad..
ଖରା ତିନିମାସ ଧରି ଟେଙ୍କର ରେ ଜଳ ଯୋଗାଣ ହେଉଥିବା ରୁ ଲୋକ ମଧ୍ୟ ଖୁସ୍ ନେତା ଓ ପ୍ରଶାସନ ମଧ୍ୟ ଖୁସ୍ ସମସ୍ୟା ସରିଗଲେ ଲୋକ ପାନୀୟ ଜଳ ସମସ୍ୟା ଭୁଲି ଥାନ୍ତି ଯାହା ଆସନ୍ତା ବର୍ଷ ପୁଣି ସମସ୍ୟା ସୃଷ୍ଟି କରିଥାଏ ହେଲେ ଏଥର କିନ୍ତୁ ଜାନୁୟାରୀ ଶେଷ ସପ୍ତାହ ରୁ ଜଳ ସମସ୍ୟା ଗୁରୁତର ହେଲାଣି।
ପ୍ରତ୍ୟେକ ଦିନ ପଦ୍ମପୁର ସହରକୁ ଜଳ ଯୋଗାଣ ହେଉଥିବା ଅଙ୍ଗ ନଦୀରେ ପାଣି ଧାର ନାହିଁଫଳରେ ସହରକୁ ଜଳ ଯୋଗାଣ ବନ୍ଦ ହେଲାଣି। ସହରର ପ୍ରାୟ ୨୫ ହଜାର ଜନସାଧାରଣ ଙ୍କ ମଧ୍ୟରୁ ୧୫ ହଜାର ରୁ ଉର୍ଦ୍ଧ୍ବ ଜନସାଧାରଣ ଙ୍କ ସିଧାସଳଖ ପାଣି ପାଇଁ ସମସ୍ୟା ରେ ପଡିଛନ୍ତି।
ବର୍ତମାନ ଆବଶ୍ୟକ ଠାରୁ କମ୍ ପାଣି ବ୍ୟବହାରରେ ଲାଗୁଥିବା ରୁ ସମସ୍ୟା ଉଗ୍ର ହେଉନାହିଁ ଆସନ୍ତା ୧୫ ଦିନ ପରେ ଅବସ୍ଥା ଗୁରୁତର ହେବ ଓ ଲୋକମାନେ ଅଡୁଆ ପରିସ୍ଥିତି ରେ ପଡି ପ୍ରଶାସନ ସହ ଗଣ୍ଡଗୋଳ ଘଟିବାର ସମ୍ଭାବନା ରହୁଛି ଏପଟେ ଗତ କାଲିଠାରୁ ମାତ୍ର ଜଣେ କାଉନସିଲର ଙ୍କ ଚାପରେ ଟ୍ୟାଙ୍କର ରେ ପାଣି ଦିଆଯାଉଛି ଫଳରେ ଲୋକଙ୍କ ଆକ୍ରୋଶ ବଢ଼ିଯାଇଛି।
ଏପରିକି ଯଦି ପାଣି ଟେଙ୍କର ଦେବ ତାହେଲେ ସମସ୍ତ ଙ୍କୁ ଦିଆଯାଉ ବୋଲି ଆଲୋଚନା ହେଉଛି। ଆଉ ଗୋଟାଏ ଦିନ ଭିତରେ ସମାଧାନ କରାନଯାଏ ତାହେଲେ ବଡ ଧରଣର ଆନ୍ଦୋଳନ କିମ୍ବା ଗଣ୍ଡଗୋଳ ଘଟିବାର ସମ୍ଭାବନା ରହୁଛି ଯାହା ଉକ୍ତ କାଉନସିଲର ଓ ପ୍ରକାଶନ ଦାୟୀ ରହିବେ ବୋଲି ଲୋକ କହୁଛନ୍ତି।
Report : Bijay ku sahu
Edited by k.s thakur...



