ଅନଲାଇନ୍ ବେଟିଂ ଗେମ୍‌ : ପୋଲିସର ଚଢ଼ାଉ,୫ ଗିରଫ...

ଅନଲାଇନ୍ ବେଟିଂ ଗେମ୍‌ : ପୋଲିସର ଚଢ଼ାଉ,୫ ଗିରଫ...



କଣ୍ଟାବାଞ୍ଜି,୦୨/୦୨ :  ଅନଲାଇନ୍ ବେଟିଂ ଗେମର ହେଲା ପର୍ଦ୍ଦାଫାସ । ଅନଲାଇନ୍ ବେଟିଂ ଗେମର ପର୍ଦ୍ଦାଫାସ କଲା ବଲାଙ୍ଗିର ପୋଲିସ । ଏହି ମାମଲାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଗିରଫ କରିଛି ପୋଲିସ। 

              Ad..


ଯୁବକ ମାନଙ୍କ ମଧ୍ୟରେ ୪ ଜଣ ରାଜ୍ୟ ବାହାରର ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି । ସେମାନଙ୍କ ଠାରୁ ୩ଟି ଲାପଟପ୍, ବ୍ୟାଙ୍କ ପାସବୁକ୍ ସହ ୧୮ଟି ମୋବାଇଲ ଜବତ କରାଯାଇଛି ।

     Ad..


ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଲାୟନ୍ସ ପବ୍ଲିକ ସ୍କୁଲ ନିକଟରେ ଏକ ଭଡ଼ା ଘରେ ଚାଲିଥିଲା ଅନଲାଇନ ବେଟିଂ ଗେମ୍ । ଚଢ଼ାଉ କରି ମାଷ୍ଟର ମାଇଣ୍ଡ ସହ ୫ ଜଣ ଯୁବକଙ୍କୁ ଗିରଫ କଲା ବଲାଙ୍ଗିର ପୋଲିସ।

ଏ ବାବଦରେ କଣ୍ଟାବାଞ୍ଜି ପୋଲିସ ଥାନା ଅଧିକାରୀ ରଶ୍ମିତା ବେହେରା ଙ୍କୁ ଫୋନ ମାଧ୍ୟମରେ ପଚାରିବା କୁ ଚେଷ୍ଟା କରିଥିଲେ ମଧ୍ୟ ଫୋନ ରିସିଭ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।


Edited by k.s thakur...


Post a Comment

Previous Post Next Post