ସଡ଼କ ସୁରକ୍ଷା ପରିବାର ରକ୍ଷା ଏହି ବାର୍ତ୍ତା ନେଇ ମଙ୍ଗଳବାର ବରଗଡ଼ ଟାଉନ ଥାନା ପରିସରରୁ ଏକ ସଚେତନତା ରାଳୀ ଅନୁଷ୍ଠିତ...

ସଡ଼କ ସୁରକ୍ଷା ପରିବାର ରକ୍ଷା ଏହି ବାର୍ତ୍ତା ନେଇ ମଙ୍ଗଳବାର ବରଗଡ଼ ଟାଉନ ଥାନା ପରିସରରୁ ଏକ ସଚେତନତା ରାଳୀ ଅନୁଷ୍ଠିତ...


ବରଗଡ଼,୧୮/୦୨ :  ସଡ଼କ ସୁରକ୍ଷା ପରିବାର ରକ୍ଷା ଏହି ବାର୍ତ୍ତା ନେଇ ମଙ୍ଗଳବାର ବରଗଡ଼ ଟାଉନ ଥାନା ପରିସରରୁ ଏକ ସଚେତନତା ରାଳୀ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଟାଉନ ଥାନା ପକ୍ଷରୁ ଅନୁଷ୍ଠିତ ଏହି ସଚେତନତା ରାଳୀ ଅନୁଷ୍ଠିତ ହୋଇ ଏସପି ଅଫିସ ଛକ ଓ ଗାନ୍ଧିଛକ ପହଂଚିଥିଲେ। 

           Ad..


ହେଲମେଟ ଓ ଟ୍ରାଫିକ ରୁଲ ମାନୁଥିବା ଗାଡି ଚାଲକଙ୍କୁ ଗୋଲାପ ଫୁଲ ପ୍ରଦାନ କରି ଉତ୍ସାହିତ କରାଯାଇଥିବା ବେଳେ ହେଲମେଟ ନ ପିନ୍ଧିଥିବା, ତ୍ରିପଲ ସିଟିଙ୍ଗ ଓ ଟ୍ରାଫିକ ରୁଲ ନ ମାନୁଥିବା ଗାଡି ଚାଲକଙ୍କୁ ସଚେତନ କରିବା ସହ ଟ୍ରାଫିକ ନିୟମ ମାନିବା ପାଇଁ ଅନୁରୋଧ କରାଯାଇଛି ।

    Ad..


ଏହି ରାଳୀରେ ବରଗଡ଼ ଟାଉନ ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର, ବରଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ, ଜର୍ଜ ହାଇଜ ସ୍କୁଲର ଛାତ୍ର ଓ ପୋଲିସ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କୁ ସଚେତନ କରିଥିଲେ।



Report : Bijay ku sahu

Edited by k.s thakur...


Post a Comment

Previous Post Next Post