ଅବର୍ଣିଗୁଁଡା ନାଟ୍ୟ ସଂସଦର ନୂତନ କର୍ମକର୍ତ୍ତା ଚୟନ...

ଅବର୍ଣିଗୁଁଡା ନାଟ୍ୟ ସଂସଦର ନୂତନ କର୍ମକର୍ତ୍ତା ଚୟନ...


ପଦ୍ମପୁର,୧୮/୦୨ : ସ୍ଥାନୀୟ ଅଗ୍ରଣୀ ନାଟ୍ୟାନୁଷ୍ଠାନ ଅବର୍ଣିଗୁଁଡା ନାଟ୍ୟ ସଂସଦର ନୂତନ କର୍ମକର୍ତ୍ତା ଚୟନ କରାଯାଇ ସର୍ବସମ୍ମତିକ୍ରମେ ଚିନ୍ମୟ କୁମାର ପଣ୍ଡା ସଭାପତି, ବିଶ୍ରାମ ମେହେର ଉପ-ସଭାପତି, ଅଶୋକ କୁମାର ବହିଦାର ସମ୍ପାଦକ, ମନୋରଞ୍ଜନ ପୁରୋହିତ ସହ-ସମ୍ପାଦକ, ଆଶିଷ କୁମାର ବୈକାର କୋଷାଧ୍ୟକ୍ଷ,ଟେନେସ୍ କୁମାର ପଣ୍ଡା ସାଂସ୍କୃତିକ ସମ୍ପାଦକ ଭାବେ ମନୋନୀତ ହେଇଥିଲେ।

           Ad..


ଅଶୋକ ମେହେର, ଅକ୍ଷୟ କୁମାର ଭୋଇ, ଗିରିଧାରୀ ସାହୁ, ରମେଶ ମେହେର ଓ ପ୍ରିତିଶ୍ ରଥ କାର୍ଯ୍ୟ କାରିଣୀ କମିଟିର ସଦସ୍ୟଭାବେ ରହିଛନ୍ତି।ଏଥି ସହିତ ଡ଼.ପ୍ରମୋଦ କୁମାର ପାଢ଼ୀ,ଡ଼ଃ ପ୍ରଦୀପ କୁମାର ଦୋରା,ଡ଼ଃ ହର୍ଷ ପାଣିଗ୍ରାହୀ,ପ୍ରମୋଦ ଚନ୍ଦ୍ର ନାଥ, ବିଦେଶୀ ସାହୁ, ଡିଗ୍ରୀଲାଲ ମେହେର ପ୍ରମୁଖଙ୍କୁ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବେ ନିଆ ଯାଇଛି। 

     Ad..


ଆଗକୁ ପ୍ରବାହମାନ ନାଟ୍ୟଧାରାର ଗତିକୁ ଆହୁରି ତୀବ୍ର କରାଯିବ ବୋଲି ଉପସ୍ଥିତ ସଭ୍ୟମାନେ ମତ ପ୍ରଦାନ କରିଥିଲେ।ଏଇ ଅବସରରେ ପୂର୍ବ କର୍ମକର୍ତ୍ତା ମାନଙ୍କୁ କୃତଜ୍ଞତା ଓ ନୂତନ କର୍ମକର୍ତ୍ତା ମାନଙ୍କୁ ସ୍ବାଗତ ଜଣା ଯାଇଥିଲା।ଶେଷରେ ସମ୍ପାଦକ ଅଶୋକ କୁମାର ବହିଦାର ଧନ୍ୟବାଦ୍ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...




Post a Comment

Previous Post Next Post