ତୁରେକେଲା କ୍ଳଷ୍ଟରରେ ଜାତୀୟ ବିଜ୍ଞାନ ଦିବସ ପାଳିତ...

ତୁରେକେଲା କ୍ଳଷ୍ଟରରେ ଜାତୀୟ ବିଜ୍ଞାନ ଦିବସ ପାଳିତ...


କଣ୍ଟାବାଞ୍ଜି,୨୮/୦୨ : ତୁରେକେଲା କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ଵାବଧାନରେ ବ୍ଳକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ସିଆରସିସି ବିରଞ୍ଚି ନାରାୟଣ ଦାଶ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନର ଉପକାରିତା ଉପରେ ଧାରଣା ଦେଇଥିଲେ ଏବଂ ଦିବସର ମହତ୍ତ୍ଵ ବର୍ଣ୍ଣନା କରିଥିଲେ। 

Ad..


ତାପରେ ଛାତ୍ରଛାତ୍ରୀ କରିଥିବା ଚିତ୍ର ଓ ପ୍ରକଳ୍ପ ଗୁଡ଼ିକ ଦେଖିଥିଲେ।ଭଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶି‌କ୍ଷୟିତ୍ରୀ ସୁଭଦ୍ରା ମେହେର ଓ ଶିକ୍ଷୟିତ୍ରୀ ଧରିତ୍ରୀ ମେହେର ସହଯୋଗ କରିଥିଲେ। 

    Ad..


ସେହିପରି ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବୁଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ତୁରେକେଲା ଆଶ୍ରମ,ସେମଲା ଆଶ୍ରମ,ବକବାହାଲ,ଗଞ୍ଜାଉଡାର,ବାଞ୍ଜିପାଲିପ୍ରାଥମିକ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଥିଲା। 

କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ରବୀନ୍ଦ୍ର ରଥ,ସୁରୁମଣି ମେହେର, ଡାଳିମ୍ବ ମେହେର,କୁନି ସାହୁ,ସୁଦୀପ୍ତା ଜେନା, ନିବେଦିତା ବାରିକ,ରଜନୀ ମେହେର,ଟିକେଶ୍ୱରୀ ସେଠ,ବିନୋଦିନୀ ତାଣ୍ଡି, ପ୍ରଫୁଲ୍ଲ ମାଝୀ, ପ୍ରଦୀପ ମେହେର, ଶୁଭାଶିଷ ରାଉତ,ପାର୍ଥବ ମହାନନ୍ଦ,ସୂର୍ଯ୍ୟମଣି ସିଠ,ଗୋପାଳ ଧରୁଆ, ଡମ୍ବରୁ ମେହେର, ସୁକାନ୍ତି ମାଝୀ,ମାନସ ଜାଲ ସହଯୋଗ କରିଥିଲେ।



Edited by k.s thakur...


Post a Comment

Previous Post Next Post