ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଉତ୍ସବର ଓ ଜାତୀୟ ବିଜ୍ଞାନ ଦିବସ କାର୍ଯ୍ୟକ୍ରମ ଆୟୋଜିତ...
କଣ୍ଟାବାଞ୍ଜି/ତୁରେକେଲା,୨୮/୦୨ : ଆଜି ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଁଲ ଆଞ୍ଚଳିକ ସାଧନ କେନ୍ଦ୍ରର ର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବେହେରେନସିଲେଟ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଉତ୍ସବର ଓ ଜାତୀୟ ବିଜ୍ଞାନ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
Ad..
ଏଥିରେ ମୁଖ୍ୟ ଅତିଥି ଭାବରେ ହିଁଆଲ ଆଂଚଳିକ ସାଧନ କେନ୍ଦ୍ରର CRCC ଶ୍ରୀ ଅମରେନ୍ଦ୍ର କୁମାର ବାଗ ଏବଂ ବିଦ୍ୟାଳୟ ପରିଚାଳନା ସଭାପତି ଶଶିଧର ପୁଟେଲ, ଉପସଭାପତି ଧନମତି ମହତ, ଆଲୁମିନି କମିଟିର ଅଧ୍ୟକ୍ଷ ଅଙ୍ଗତ ପୁଟେଲ, ଅନ୍ୟାନ୍ୟ ସଦସ୍ୟ ଶ୍ୟାମ ସୁନ୍ଦର ମାଝୀ, ରିତ ପୁଟେଲ, ବାସୁଦେବ ନାଗ, ସାବିତ୍ରୀ ମହାନନ୍ଦ, ସାଦିନୀ କଟା , ୱାର୍ଡ ମେମ୍ବର ପୁଷ୍ପାଞ୍ଜଳି ନିଆଲ ଉପସ୍ଥିତ ଥିଲେ।
Ad..
ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ବିଦ୍ୟାଳୟ ଶିକ୍ଷୟିତ୍ରୀ ସୀମନ୍ତିନୀ ପାଣିଗ୍ରାହି, ଶିକ୍ଷକ ଅସିତ ପ୍ରଧାନ, ପୃଥ୍ୱୀରାଜ ବରାଲଭେଡିଆ, ଭୃଷି ରାଣା, ତୁଷାରକାନ୍ତ ବଡଜେନା ଓ ତିନି ଜଣ ରାନ୍ଧୁଣି ଚନ୍ଦ୍ରେ ମାଝୀ, ପୁଷ୍ପାଞ୍ଜଳି ନାଗ ଓ ଦହନା ପୁଟେଲ ଉପସ୍ଥିତ ରହି ବିଭିନ୍ନ ବିଦ୍ୟାଳୟ କାର୍ଯ୍ୟକଳାପରେ ସହଯୋଗ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପ୍ରାଚୀର ପତ୍ରିକା କୁ ( ୱାଲ ମେଗାଜିନ ) ମୁଖ୍ୟ ଅତିଥି ଅମରେନ୍ଦ୍ ବାଗ ଉନ୍ମୋଚନ କରିଥିଲେ।
Edited by k.s thakur...



