ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ...
ବରଗଡ଼,୨୮/୦୨ : ଆଜି ସକାଳ ୧୧ଟା ସମୟରେ ସମୀର ଦିବ୍ୟାଙ୍ଗ ସହାୟତା ଟ୍ରଷ୍ଟ, ଓଡ଼ିଶା, ଗାଇସିଲେଟ, ବରଗଡ଼ ଓ ପଞ୍ଚମ ବର୍ଷ ପୂର୍ଣା ଅବସରରେ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ, ବରଗଡ଼ର ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା।
Ad..
ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ,ଓଡିଶା ପକ୍ଷରୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ବିଦ୍ୟାଳୟ ପୋଷାକ ସହ ଜୋତା,ମୋଜା ଓ ବ୍ୟାଲଟ ଆଜି ପ୍ରଦାନ କରାଯାଇଥିଲା।
Ad..
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ,ବରଗଡ଼ ଶ୍ରୀଯୁକ୍ତ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତାହିର ହୁସେନ,ବିଶିଷ୍ଟ କୃଷକ ନେତା କିଶୋର ଦେବତା,ସମୀର ଦିବ୍ୟାଙ୍ଗ ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି କୀର୍ତନ ଦାଶ,ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ସାହୁ ଓ ମେଘନାଦ ସାହୁ ମଂଚାସୀନ ଥିଲେ।ମେଘନାଦ ସାହୁ ସଭାରେ ଅଧ୍ୟକ୍ଷତା କରିଥିଲେ।
ଟ୍ରଷ୍ଟ ପକ୍ଷରୁ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ,ବରଗଡ଼, ବିକାଶ ଦୀପ୍ତି, ବରଗଡ଼ ଓ ସମାଜସେବୀ ଦିବାକର ମାଝୀନହଉ ଟ୍ରଫି ଓ ପ୍ରଶଂସା ପତ୍ର ଦେଇ ସମ୍ବର୍ଧନା ଦିଆଯାଇଥିଲା। ମୁଖ୍ୟ ଅତିଥି ଜିଲ୍ଲାପାଳ ବରଗଡ଼ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଉତ୍ତମ ଶିକ୍ଷାଦାନ ପ୍ରଦାନ ସହ ସେମାନଙ୍କ ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।
ଅତିଥିଗଣ ମାଁ ସମଲେଶ୍ୱରୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭରୁ ଦୃଷ୍ଟିହୀନ ଛାତ୍ରୀମାନେ ସଂଗୀତ ଶିକ୍ଷକ ଅମରେଶ ଚନ୍ଦ୍ର ବାରିକ ଓ କାମଦେବ ବେହେରା ତତ୍ୱାବଧାନରେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ।
ଏଥିରେ ଟ୍ରଷ୍ଟ ପକ୍ଷରୁ ମୁକେଶ ମୁରାରୀ କେଡ଼ିଆ,ତରୁଣ ନାୟକ,ମୀନକେତନ ବହିଦାର,ପିଣ୍ଟୁ ନାଏକ ସମେତ ପରିଚାଳନା କମିଟିର ସଭ୍ୟ,ବିଦ୍ୟାଳୟ କର୍ମଚାରୀ ଓ ସହରର ବୁଦ୍ଧିଜୀବୀମାନେ ଅଂଶ ଗ୍ରହଣ କରିଥିଲେ।ପରିଶେଷରେ ବରିଷ୍ଠ ଶିକ୍ଷକ ନେପାଳ ଦୁଆନ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...



