ମାନ୍ଦଲା ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ମେଳା ଅନୁଷ୍ଠିତ...

ମାନ୍ଦଲା ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ମେଳା ଅନୁଷ୍ଠିତ...


କଣ୍ଟାବାଞ୍ଜି,୨୮/୦୨ : ମାନ୍ଦଲା କ୍ଳଷ୍ଟର ଅନ୍ତର୍ଗତ ମାନ୍ଦଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟସ୍ତରୀୟ ଗଣିତ ଓ ବିଜ୍ଞାନ ମେଳା ପାଳନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଧରୁଆ ଙ୍କ ତତ୍ତ୍ଵାବଧାନରେ ଉକ୍ତ ମେଳା ଅନୁଷ୍ଠିତ ହୋଇଥିଲା।

Ad..


ମାନ୍ଦଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧନସିଂ ମାଝୀ, ପୁଟାପଡା ପ୍ରଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ଅକୃର ପୁଟା,ବିଦ୍ୟାଳୟର ସଭାପତି  ହରିଦାସ ସାହୁ ଉପସ୍ଥିତ ହୋଇଥିଲେ ।ଛାତ୍ରଛାତ୍ରୀ ମାନେ ମେଳାରେ ନିଜେ ପ୍ରସ୍ତୁତ କରିଥିବା ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।

    Ad..


ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟର ସମସ୍ତ ଶିକ୍ଷକ ବୃନ୍ଦ ତଥା ବିକାଶ ବର୍ଗେ, ରଜନୀ ପ୍ରଭା ରାଉତ ,ମୋହିନୀ ଧାରୁଆ ସହଯୋଗ କରିଥିଲେ।




Edited by k.s thakur...



Post a Comment

Previous Post Next Post