ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା ଏସଆଇ ଅଭୟ ନାୟକ...

ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା ଏସଆଇ ଅଭୟ ନାୟକ...


ସୁକିନ୍ଦା,୦୧/୦୨ : ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା ଏସଆଇ। ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଏସଆଇ ଅଭୟ ନାୟକଙ୍କୁ ଧରିଛି ଭିଜିଲାନ୍ସ । ନୀଳାଚଳ ଇସ୍ପାତ କାରଖାନା ଆଗରେ ଧରାପଡ଼ିଲେ ଲାଞ୍ଚୁଆ ଏସଆଇ।

            Ad..


ସ୍ବାମୀ ସ୍ତ୍ରୀଙ୍କ ପାରିବାରିବ ବିବାଦର ସମାଧାନ କରିବାକୁ କହି ଜଣେ ବ୍ୟକ୍ତିଙ୍କ ଠାରୁ ୪ ହଜାର ଲାଞ୍ଚ ନେଉଥିବା ସୁକିନ୍ଦା ଥାନାର ଏସଆଇ ଅଭୟ ନାୟକଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌।

    Ad..

ସୂଚନା ଯୋଗ୍ୟ; ସୁକିନ୍ଦା ଥାନାର ଏସଆଇ ଅଭୟ ନାୟକ ସେହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଏକ ପାରିବାରିବ ବିବାଦ ମାମାଲାର ସମାଧାନ ପାଇଁ ଲାଞ୍ଚ ମାଗିଥିଲେ। ପୂର୍ବରୁ ୧ ହଜାର ଟଙ୍କା ନେଇଥିବାବେଳେ, ପରେ ଅଭିଯୋଗକାରୀଙ୍କୁ ଆହୁରି ୪ ହଜାର ଟଙ୍କା ଦେବାକୁ କହିଥିଲେ। 

    Ad..


ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ପାଖକୁ ଅଭିଯୋଗ ନେଇ ଯାଇଥିଲେ।ଏନେଇ ଅଧିକାରୀମାନେ ଯୋଜନା ପ୍ରସ୍ତୁତ କରିଥିଲେ। ଆଉ ଏହାପରେ ଯୋଜନା ମୁତାବକ ଏସଆଇ ଅଭୟ ନାୟକ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୀଳାଚଳ ଇସ୍ପାତ କାରଖାନା ଆଗରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା।



Edited by k.s thakur...



Post a Comment

Previous Post Next Post