ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ହିତାଧିକାରୀ ଙ୍କୁ ପରିଚୟ ପତ୍ର ଏବଂ ବିଭିନ୍ନ ସହାୟତା ବିତରଣ କାର୍ଯ୍ୟକ୍ରମ...
ବରଗଡ଼,୦୧/୦୨ : ଜିଲ୍ଲା ପ୍ରଶାସନ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ , ବରଗଡର ମିଳିତ ଆନୁକୂଲ୍ୟରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ (ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା) ଅଧୀନରେ ହିତାଧିକାରୀ ଙ୍କୁ ପରିଚୟ ପତ୍ର ଏବଂ ବିଭିନ୍ନ ସହାୟତା ବିତରଣ କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଅଛି।
Ad..
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ, ବରଗଡର ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ , ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ, ବରଗଡ଼ , ଶ୍ରୀମତୀ ମଧୁଛନ୍ଦା ସାହୁ ଯୋଗଦାନ କରିଥିଲେ।
Ad..
ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀମତୀ ସସ୍ମିତା ବିଶ୍ଵାଳ, ଜିଲ୍ଲା ଶ୍ରମ ଅଧିକାରୀ,( ପ୍ରବର୍ତ୍ତନ) ପରିଚାଳନା କରିଥିବା ବେଳେ ଶ୍ରୀ ମାନଭଞ୍ଜନ ପଧାନ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ବରଗଡ଼, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକରଣ, ନବୀକରଣ ଓ ବିଭିନ୍ନ ସହାୟତା ପାଇଁ ଅନଲାଇନ ଆବେଦନ ସମ୍ପର୍କରେ ବୁଝାଇ ଥିଲେ। ଶ୍ରୀ ଯୋଶବନ୍ତ ଅମାତ, ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ଧନ୍ୟବାଦ ଅର୍ପଣ କରିଥିଲେ।
Ad..
ସୂଚନାଯୋଗ୍ୟକି, ଉକ୍ତ କାର୍ଯ୍ୟକ୍ରମରେ ୩୮୦ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ରାଶି ବାବଦକୁ ଟ.୪,୫୨,୩୮,୪୦୦/- ଙ୍କା ଏବଂ ନୂତନ ଭାବରେ ପଞ୍ଜିକୃତ ହୋଇଥିବା ୧୦୦ ଜଣ ନିର୍ମାଣ ଶ୍ରମିକ ମାନଙ୍କୁ ପରିଚୟ ପତ୍ର ବିତରଣ କରାଯାଇଥିଲା।
ତତ୍ ସହିତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଯୁଗ୍ମ ଶ୍ରମ କାର୍ଯ୍ୟାଳୟର ସମସ୍ତ ସହକାରୀ ଶ୍ରମ ଅଧିକାରୀ , ମିସ୍ ତାନିଆ ଠାକୁର , ଶ୍ରୀ ଗୋବିନ୍ଦ ମେହେର , ଶ୍ରୀ କେଦାର ସିଂହ ବରିହା, ଶ୍ରୀ ଘନଶ୍ୟାମ ମହନ୍ତ, ଶ୍ରୀ ଅରବିନ୍ଦ ହାତୀ ବୃନ୍ଦ , ଶ୍ରୀ ଚିନ୍ମୟ ରଞ୍ଜନ ବିଶ୍ୱାଳ (ମଙ୍ଗଳ ସଂଯୋଜକ), ଶ୍ରୀ ଜଗନ୍ନାଥ ଷଡ଼ଙ୍ଗୀ , ଶ୍ରୀ ନିତ୍ୟାନନ୍ଦ ସାହୁ ,ପ୍ରମୁଖ ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
identity card
latest news
latest update
Nirmaan shramik Kalyan jojana
odisha daily current affairs




