କେବେ ଉଠିବ ପତ୍ରାପାଲି ମଣ୍ଡି ର ୨୧୦୦୦ ବସ୍ତା ଧାନ!
ବରଗଡ଼,୦୧/୦୨ : ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ପତ୍ରାପାଲି ଧାନ ମଣ୍ଡି ରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି, ୨୧ ହାଜର ରୁ ଅଧିକ ପେକେଟ ଧାନ ମଣ୍ଡି ରେ ପଡ଼ି ରହି ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି।
Ad..
ଏହି ମଣ୍ଡି କୁ ଅଣ ଦେଖା କରୁଥିବା ବେଳେ ମିଲର୍ସ ମାନେ ମନଇଛା ଦିନେ ଛଡା ଦିନେ ଆସୁଛନ୍ତି ଏପରି କି କଟନି ଛଟଣି ବାବଦରେ ୨ ରୁ ୩ କିଲୋ କାଟିଲେ ଯାଇ ଧାନ କିଣିବୁ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି।
Ad..
ବହୁ ଚାଷୀ ଟୋକାନ ସମୟ ସୀମା ମଧ୍ୟରେ ଧାନ ବିକ୍ରି କରି ପାରିନାହାନ୍ତି ମାସ ମାସ ଧରି ଧାନ ମଣ୍ଡି ରେ ପଡ଼ି ରହୁଥିବା ଅଭିଯୋଗ କରି ଆମ୍ ଆଦମୀ ପାର୍ଟି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଶନିବାର ଦାବୀ ପତ୍ର ଦେଇଛି।
Ad..
ଜିଲ୍ଲା ଆବାହକ ଭବାନୀ ସାହୁ, ଅତାବିରା ବ୍ଲକ ସଭାପତି ଯଦୁ ମଣି ପ୍ରଧାନ, ଅସିତ ସାହୁ, ନରୋତ୍ତମ ପଣ୍ଡା ଯୋଗାଣ ଅଧିକାରୀ ଙ୍କ ସହ ଆଲୋଚନା କରି ପତ୍ରାପାଲି ମଣ୍ଡି ର ଧାନ ତୁରନ୍ତ ବିନା କଟନି ଛଟଣି ରେ କିଣନ୍ତୁ ବୋଲି ଦାବୀ କରିଛନ୍ତି।
Report : Bijay ku sahu
Edited by k.s thakur...




