ବରଗଡ଼ ଏ ବି ଇ ଓ ଙ୍କ ରାଣା ପ୍ରତାପ ସ୍କୁଲ ପରିଦର୍ଶନ...

ବରଗଡ଼ ଏ ବି ଇ ଓ ଙ୍କ ରାଣା ପ୍ରତାପ ସ୍କୁଲ ପରିଦର୍ଶନ...


ବରଗଡ଼,୦୧/୦୨ : ଶନିବାର ବରଗଡ଼ ଏବିଇଓ ରଞ୍ଜନ ଦଣ୍ଡ ସେନା ସ୍ଥାନୀୟ  ରାଣା ପ୍ରତାପ ସ୍କୁଲ ପରିଦର୍ଶନ କରି ଛାତ୍ରୀ ଛାତ୍ର ଙ୍କ ସହ ଭାବ ବିନିମୟ କରିଥିଲେ।

            Ad..


ଏହି ଅବସର ରେ ସେ ମଧ୍ୟାହ୍ନ ଭୋଜନ ସୁପରିଚାଳନା ,ସ୍କୁଲ ପରିବେଶ ,ପାନୀୟ ଜଳ ,ପୋଷାକ ବଣ୍ଟନ ,ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ଭଳି ବିଭିନ୍ନ ସରକାରୀ ଯୋଜନା ର ସୁଫଳ ଛାତ୍ର ଛାତ୍ରୀ ମାନେ କିପରି ପାଉଛନ୍ତି ତାହା ପଚାରି ବୁଝିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଶ୍ରେଣୀ କୋଠରୀ ପାଠ୍ୟ ଦାନ ପ୍ରଣାଳୀ ତଦାରଖ କରିଥିଲେ।

     Ad..


ଏଥି ସହିତ ଛାତ୍ର ଛାତ୍ରୀ ଙ୍କ ଉପସ୍ଥାନ କିପରି ବଢିବ ସେ ବିଷୟ ରେ ପ୍ରଧାନ ଶିକ୍ଷକ ସୁଦିପ କୁମାର ରଥ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ।

    Ad..


ସ୍କୁଲ ପରିସର ରେ   ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ଓ ନିରାପତ୍ତା କୁ  ଗୁରୁତ୍ବ ପ୍ରଦାନ ପାଇଁ ମଧ୍ୟ ପ୍ରଧାନ ଶିକ୍ଷକ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post