ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରେ ସାମିଲ ହେଲେ ବରଗଡ଼ ନାଗରିକ ମଞ୍ଚ...
ବରଗଡ଼,୩୧/୦୧ : ବରଗଡ଼ ସରକାରୀ ବସ୍ ଷ୍ଟାଣ୍ଡ ସାମ୍ନା ଶ୍ରୀ ଶ୍ରୀ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରେ ସାମିଲ ହେଲେ ବରଗଡ଼ ନାଗରିକ ମଞ୍ଚ। ଶୁକ୍ରବାର ଏହି ପବିତ୍ର ଉତ୍ସବରେ ଶୁଭ ଭାର ଆଣି ଏହି ସଦସ୍ୟ ମାନେ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ।
Ad..
ବରଗଡ଼ କଲ୍ୟାଣ ମଣ୍ଡପ ରୁ ପାରମ୍ପରିକ ବାଦ୍ୟ ସହ ପୂଜା ସାମଗ୍ରୀ ଅଢ଼ିଆ ସୁସଜ୍ଜିତ କରି ସମସ୍ତେ ଏକ ଶୋଭାଯାତ୍ରା ରେ ଆସି ବସଷ୍ଟାଣ୍ଡ କୁ ପହଁଚି ଥିଲେ। ଆୟୋଜକ ମଣ୍ଡଳୀ ତରଫରୁ ସ୍ୱାଗତ କରିବା ପରେ ପୂଜା ରେ ସାମିଲ ହୋଇ ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ନେଇଥିଲେ।
Ad..
ଏଥିରେ ଶିବାନନ୍ଦ ମଟାରୀ, ଟିଙ୍କୁ ନନ୍ଦ, ଲୋକେଶ ବାରିକ, ଶୟନ ପଣ୍ଡା,କିଶୋର ସାହୁ, ଗଙ୍ଗା ପୂଝାରୀ, ସରୋଜ ନାଏକ, ପ୍ରେମାନନ୍ଦ ଖମାରୀ, ଭବାନୀ ସାହୁ,ପ୍ରମୋଦ ବେହେରା, ବାସୁଦେବ ବାରିକ, ପଞ୍ଚା ବିର୍ତ୍ତିଆ,ସୁଶାନ୍ତ ସାହୁ,ମୃତ୍ୟୁଞ୍ଜୟ ମହାରଣା,ଶ୍ରବଣ ଶର୍ମା, ପରମେଶ୍ୱର ପ୍ରଧାନ,ଜିଭି ରାଓ, ନିଖିଳ ପାଣିଗ୍ରାହୀ,ଲାଲା ଦୀପ, ଲତିଫ ଖାନ,ନିତ୍ୟାନନ୍ଦ ବାଗ, ଫିରୋଜ ଖାଁ ,ଜୀବନ ଲାଲ ଚୌଧୁରୀ,ଲଳିତ ମିତ୍ତଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Ad..
Report : Bijay ku sahu
Edited by k.s thakur...
Tags:
Bargarh
Hanuman bigraha
latest news
latest update
nagrik manch
odisha daily current affairs
pratishtha utsav




