ମାଲପାମୁଣ୍ଡା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ...

ମାଲପାମୁଣ୍ଡା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ...


କଣ୍ଟାବାଞ୍ଜି,୨୭/୦୨ : ତୁରେକେଲା ବ୍ଳକ ଅନ୍ତର୍ଗତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା।

Ad..


ବିଦ୍ୟାଳୟର ଭାରପ୍ରାପ୍ତ ପ୍ରାଧାନ ଶିକ୍ଷକ ଅମରକାନ୍ତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶାନ୍ତନୁ କୁମାର ପଢିହାରୀ,ଗୋଷ୍ଠୀ ଶିକ୍ଷା ଅଧିକାରୀ, ମୁଖ୍ୟ ଅତିଥି, ଜ୍ଞାନେନ୍ଦ୍ର ମଲ୍ଲିକ, ତୁରେକେଲା ସଂଯୋଜକ, ସମ୍ମାନିତ ଅତିଥି,ସରପଞ୍ଚ ଲୋକନାଥ ଥପା, ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ସୁନା,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ଅମରେନ୍ଦ୍ର କୁମାର ବାଗ,ଗଜୟ କୁମାର ଦାଶ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ।

    Ad..


ତୁରେକେଲା ବ୍ଳକରେ ଭଲ ବିଦ୍ୟାଳୟ ତାଲିକାରେ ଏହି ବିଦ୍ୟାଳୟ ଅଛି ବୋଲି ମୁଖ୍ୟ ଅତିଥି ଶ୍ରୀ ପଢିହାରୀ କହିଥିଲେ।ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଚାର୍ଜର ଭଳି କାମ କରିଥାଏ ବୋଲି ତୁରେକେଲା ସିଆରସିସି ବିରଞ୍ଚି ନାରାୟଣ ଦାଶ ତାଙ୍କ ବକ୍ତବ୍ୟରେ କହିଥିଲେ।ଅତିଥି ପରିଚୟ ଓ ପୂଜାର୍ଚ୍ଚନା ପରେ କୃତୀ  ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।

ତାପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ରାମ ପ୍ରସାଦ ବାଗ,ଡଗର କିଶୋର ବନଗୋଲା,ଆପୁ କୁମାର ଭୋଇ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଧନେଶ୍ବର ମାଝୀ, ସଦସ୍ୟ,ସଦସ୍ୟା ଓ ଗ୍ରାମବାସୀ ସହଯୋଗ କରିଥିଲେ।



Edited by k.s thakur...

Post a Comment

Previous Post Next Post