ବାଲି ମାଫିଆମାନେ ସାବଧାନ ! ବାଲି ଚୋରଙ୍କୁ ଏଣିକି ଛଡା ଯିବ ନାହିଁ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ...
ରାଉରକେଲା,୨୭/୦୨ : ରାଜ୍ୟରେ ବାଲି ମାଫିଆମାନେ ମାତିଛନ୍ତି। ସରକାରୀ ସଂପତ୍ତି ଲୁଟ୍ କରି ମାଫିଆମାନେ ବ୍ୟକ୍ତିଗତ ଭାବେ ଲାଭବାନ ହେଉଛନ୍ତି। ଏମାନଙ୍କ ଉପରେ ସରକାର ନଜର ରଖିଛନ୍ତି। ତେଣୁ ବାଲି ମାଫିଆମାନେ ସାବଧାନ ହେବା ଦରକାର। ବାଲି ଚୋରଙ୍କୁ ଏଣିକି ଛଡା ଯିବ ନାହିଁ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Ad..
ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ, ବାଲି ମାଫିଆମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇସାରିଛି। ଏଣିକି ବାଲି ଚୋରା ଚାଲାଣ ରୋକିବାକୁ ନୂଆ ଆଇନ ଅଣା ଯିବା ସହ ବାଲି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯିବ। ଆଗରୁ ବାଲି ଖାଦାନ ରାଜସ୍ବ ବିଭାଗ ଅଧୀନରେ ଆସୁଥିଲା। ପୂର୍ବ ସରକାର ଏହାକୁ ମାଇନ୍ସ ବିଭାଗକୁ ଆଣିଲେ। ରାଜ୍ୟ ସରକାର ଏବେ ମାଇନ୍ସ ବିଭାଗରେ କର୍ମଚାରୀ ଅଭାବକୁ ଦୂର କରିବା ସହ ନୂଆ ଇନ୍ଫ୍ରାଷ୍ଟକଚର ତିଆରି ପାଇଁ ଲାଗିଛନ୍ତି।
Ad..
ଆଜି ରାଉରକେଲା ହକି ଭିଲେଜରେ ଆୟୋଜିତ ବୁଦ୍ଧିଜୀବି ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ନୂଆ ସରକାର ଆସିବାର ଆଠ ମାସ ଭିତରର ବାଲିରୁ ଆସୁଥିବା ରାଜସ୍ୱରେ ବୃଦ୍ଧି ଘଟିଛି। ଆଗକୁ ବାଲି ଭଳି ଉତ୍ସରୁ ଆସୁଥିବା ରାଜସ୍ବର ଅଭିବୃଦ୍ଧି ଘଟିବା ସହ ବାଲି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ରାଜସ୍ବ ମନ୍ତ୍ରୀ କହିଛନ୍ତି, ରାଜ୍ୟର ୩୧୭ଟି ତହସିଲରେ ୨୭୧୧ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ରହିଛି। ସେଥିରେ ମୋଟ ୩୬୬୫ ଆର୍ଆଇ, ୩୧୦୧ ଏଆର୍ଆଇ ଓ ୨୭୮୯ ଅମିନ ନିଯୁକ୍ତି ହେବା କଥା। ମାତ୍ର ସାରା ରାଜ୍ୟରେ ଏବେ ମୋଟ ୨୫୬୪ ଆର୍ଆଇ, ୧୫୩୨ ଏଆର୍ଆଇ ଓ ୧୩୮୮ ଅମିନ ଅଛନ୍ତି। କଟକ ଜିଲ୍ଲାରେ ସର୍ବାଧିକ ୮୨ ଆର୍ଆଇ ପଦବି ଖାଲି ପଡ଼ିଥିବାବେଳେ ୧୦୭ ଏଆର୍ଆଇ ଓ ୯୦ଟି ଅମିନ ପଦବି ଖାଲିପଡ଼ିଛି।
ଗଞ୍ଜାମ ଜିଲ୍ଲାରେ ୭୩ ଆର୍ଆଇ, ୧୨୩ ଏଆର୍ଆଇ ଓ ୧୪୩ଟି ଅମିନ ପଦବି ଖାଲି ପଡ଼ିଥିବା ବେଳେ ବଲାଙ୍ଗୀରରେ ୬୬ ଆର୍ଆଇ, ୪୭ ଏଆର୍ଆଇ ଓ ୬୬ଟି ଅମିନ ପଦବି ଖାଲି ପଡ଼ିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଏହି ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
Edited by k.s thakur...
Tags:
latest news
latest update
minister Suresh pujhari
odisha daily current affairs
revenue minister
rourkela
sand gangster



