ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ...
ଭୁବନେଶ୍ୱର,୨୬/୦୨ : ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ସଭାପତି ମନମୋହନ ସାମଲ , ରାଷ୍ଟ୍ରୀୟ ସା. ସମ୍ପାଦକ ତରୁଣ ଚୁଗ୍, ପ୍ରଭାରୀ ବିଜୟପାଲ ସିଂ ତୋମାର ଉପସ୍ଥିତ ରହିଥିବାର ଜଣାପଡିଛି।
Ad..
ଖାଲି ପଡ଼ିଥିବା ନିଗମ ଓ ବିଭିନ୍ନ ବୋର୍ଡ ନେଇ ବିଚାରବିମର୍ଶ ପାଇଁ ଏହି ବୈଠକ କରାଯାଇଥିବା ଚର୍ଚ୍ଚା ହେଉଛି। କାରଣ ଦୀର୍ଘ ଦିନ ଧରି ଏହି ନିଗମ ପଦ ଖାଲି ପଡିଥିଲେ ମଧ୍ୟ ତାହାକୁ ପୂରଣ କରାଯାଇପାରୁ ନାହିଁ।
Ad..
ଅନ୍ୟପଟେ ତେବେ ଆସନ୍ତାକାଲି ବିଜେପି ସଭାପତି ଜେ ପି ନଡ୍ଡା ଓଡିଶା ଗସ୍ତରେ ଆସୁଥିବାରୁ ସେ ନେଇ ପ୍ରସ୍ତୁତି ବୈଠକ କରାଯାଇଛି ବୋଲି କୁହାଯାଉଛି।
Edited by k.s thakur...
Tags:
Bhubaneswar
deputy cm Odisha
k.v singh deo
latest news
latest update
odisha daily current affairs
special meeting



