ନିଲମ୍ବିତ ସହ ଗିରଫ ହେଲେ କୁଜଙ୍ଗ ଥାନା ଆଇଆଇସି ତପନ ନାହାକ...
ଜଗତସିଂପୁର,୨୬/୦୨ : ନିଲମ୍ବିତ ସହିତ ଗିରଫ ହେଲେ ରସିକିଆ ଆଇଆଇସି । କୁଜଙ୍ଗ ଥାନା ରସିକିଆ ତପନ କୁମାର ନାହାକ ନିଲମ୍ବିତ ସହ ଗିରଫ ।କୁଜଙ୍ଗ ଥାନା ଆଇଆଇସିଙ୍କୁ ନିଲମ୍ବନ କଲେ ଡିଜିପି। ମହିଳା ହୋମାଗାର୍ଡଙ୍କୁ ପ୍ରେମ କରି ଫସାଇବା ପରେ ପ୍ରତାରଣା କରିଥିବା ଅଭିଯୋଗ ପରେ ପ୍ରଥମେ ନିଲମ୍ବିତ କରାଯିବା ପରେ ଗିରଫ କରାଯାଇଛି।
Ad..
ସୂଚନା ଯୋଗ୍ୟ; ଜଗତସିଂପୁର ଜିଲ୍ଲାର ଜଣେ ମହିଳା ହୋମଗାର୍ଡ ପୂର୍ବତନ ଆଇଆଇସି ତପନ କୁମାର ନାହାକଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିବା ପରେ ସରକାରୀ ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Ad..
ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଆଉ ଧରା ଦେଉ ନ ଥିଲେ । ଏନେଇ ମହିଳା ହୋମାଗର୍ଡ ଜଣକ ପ୍ରେମରେ ପ୍ରତାରଣା କରିଥିବା ନେଇ ଅଭିଯୋଗ କରିବା ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅସଦାଚରଣ ଓ ନିଜ ପଦବୀର ଅପବ୍ୟବହାର ନେଇ ତାଙ୍କୁ ପ୍ରଥମେ ନିଲମ୍ବନ କରାଯିବା ପରେ ଏବେ ତାଙ୍କୁ ଗିରଫ କରାଯାଇଛି।
Edited by k.s thakur...
Tags:
crime
iic arrested
Jagatsinghpur
kujang
latest news
latest update
odisha daily current affairs



