ଆସନ୍ତା ରବିବାର ଦିନ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ : ଟିପିଡବ୍ଲ୍ୟୁଓଡିଏଲ୍...

ଆସନ୍ତା ରବିବାର ଦିନ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ : ଟିପିଡବ୍ଲ୍ୟୁଓଡିଏଲ୍...


ବରଗଡ଼/ବୁର୍ଲା : ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍) ପକ୍ଷରୁ 132/33 କେ.ଭି. ପ୍ରଧାନପାଲି ଗ୍ରୀଡ୍ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ବରଗଡ଼ ଜିଲ୍ଲା ଅନ୍ତର୍ଗତ ବଡ଼ମାଲ୍, ବାନ୍ଧୁଟିକରା, ଭଟଲି, ଦେବ୍ରିଗଡ଼, ଦେଓଗାଁ, ଗାଇସିମା, ଗୋବିନ୍ଦପୁର, ଗୋପାଳପୁର, କାମଗାଁ, କଟାପାଲି, କେନ୍ଦୁଗୁଡ଼ା, ଲାଣ୍ଡିଝୁରି, ପ୍ରଧାନପାଲି, ସରଧାପାଲି, ତେରେଙ୍ଗପାଲି, ତୋରା, ଆମ୍ୱାପାଲି ଆଦି ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ତା. 09.02.2025 ରିଖି (ରବିବାର) ସକାଳ 8 ଟାରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ।

Ad..


ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥିର, ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ତେଣୁ ସାମୟିକ ସମୟ ପାଇଁ ବିଦ୍ୟୁତ୍ ସେବା ବ୍ୟାହତ ହେବା ଲାଗି ଟିପିଡବ୍ଲ୍ୟୁଓଡିଏଲ୍ କତୃପକ୍ଷ ଦୁଃଖପ୍ରକାଶ କରିବା ସହ ଉକ୍ତ ଅଞ୍ଚଳର ବିଦ୍ୟୁତ୍ ଗ୍ରାହକ ତଥା ଜନସାଧାରଣଙ୍କ ସହଯୋଗ କାମନା କରୁଅଛନ୍ତି ।

Note : କର୍ପୋରେଟ୍ ଯୋଗାଯୋଗ ଏବଂ ସରକାରୀ ସମ୍ପର୍କ ମୁଖ୍ୟ..

( ଟିପିଡବ୍ଲ୍ୟୁଓଡିଏଲ୍, କର୍ପୋରେଟ୍ କାର୍ଯ୍ୟାଳୟ, ବୁର୍ଲା)



Report : Bijay ku sahu

Edited by k.s thakur...

Post a Comment

Previous Post Next Post