ଅଶୋକ ନଗର ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ...

ଅଶୋକ ନଗର ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ...


କଣ୍ଟାବାଞ୍ଜି,୦୭/୦୨ : କଣ୍ଟାବାଞ୍ଜି ଅଶୋକ ନଗର ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଆଜିକାର ଉତ୍ସବ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ଷଡ଼ଙ୍ଗୀ ସଭାପତିତ୍ଵ ରେ ମୁଖ୍ୟ ଅତିଥି ଭାବେ  ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସରସ୍ୱତୀ ଜାଲ ଯୋଗ ଦେଇ ଥିବା ବେଳେ ମୂଖ୍ୟ ବକ୍ତା ଭାବେ କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ଯୋଗ ଦେଇଥିଲେ।

             Ad..


ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସହକାରି ଶିକ୍ଷୟିତ୍ରୀ ଲାବଣ୍ୟବତୀ ଧରୂଆ ଙ୍କ ସଂରଚନା ରେ କୁନି କୁନି ପିଲା ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସହକାରି ଶିକ୍ଷୟିତ୍ରୀ ଭାରତୀ ସାହୁ ମଞ୍ଚ ପରି ଚାଳନା କରି ଥିଲେ।ଶେଷ ରେ କୃତୀ ଛାତ୍ର ଛାତ୍ରୀ ଙ୍କୁ ଅନେକ ଗୁଡ଼ିଏ ପୁରସ୍କାର ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।



Edited by k.s thakur...

Post a Comment

Previous Post Next Post