ପୁଲିସ ଓ ମାଓବାଦୀ ମୁହା ମୁହି : ଉଭୟ ପକ୍ଷରୁ ଗୁଳି ବିନିମୟ, ଗନ୍ଧମାର୍ଦ୍ଦନ ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି...

ପୁଲିସ ଓ ମାଓବାଦୀ ମୁହା ମୁହି : ଉଭୟ ପକ୍ଷରୁ ଗୁଳି ବିନିମୟ, ଗନ୍ଧମାର୍ଦ୍ଦନ ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି...


ବଲାଙ୍ଗୀର/ଖପ୍ରାଖୋଲ,୦୭/୦୨ : ବଲାଙ୍ଗୀରର ଘଞ୍ଚ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏନେଇ ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ତେବେ ଏଥିରେ କେହି ମାଓବାଦୀ ମୃତାହତ ହେବାର ଏଯାଏ କୌଣସି ସୂଚନା ନାହିଁ।

             Ad..


ସୂଚନା ଅନୁଯାୟୀ, ଗନ୍ଧମାର୍ଦ୍ଦନର ତଳିଆ ଅଞ୍ଚଳ ଭାନପୁରରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଗନ୍ଧମାର୍ଦ୍ଦନର ରେଙ୍ଗାଲି, ମହରାପଦର, ତେଲେନପାଲି ଓ ଭାନପୁର ମାଓପ୍ରବଣ ଅଞ୍ଚଳ ହୋଇଥିବା ହେତୁ ଏଠାରେ ମାଓବାଦୀ ଲୁଚିଥିବାର ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନେ ଅତର୍କିତ ଆକ୍ରମଣ କରିଛନ୍ତି।

ଉଭୟ ବଲାଙ୍ଗୀର ଓ ବରଗଡ଼ ପଟୁ ଗନ୍ଧମାର୍ଦ୍ଦନ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଛି। ଛତିଶଗଡ଼ରେ ଜୋରଦାର ସର୍ଚ୍ଚ ଅପରେସନ ପରେ ଓଡ଼ିଶା ମୁହାଁ ହୋଇଛନ୍ତି ଛତିଶଗଡ଼ ମାଓବାଦୀ । କିଛି ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରି ଲୁଚିଥିବା ନେଇ ସାଟେଲାଇଟ ଚିତ୍ରରୁ ଜଣାପଡ଼ିଥିଲା। 

ଏଣେ ସୀମାନ୍ତ ଛତିଶଗଡ଼ରେ ଏବେ ଅପରେସନ ଜୋରଦାର କରାଯାଉଛି। ଲଗାତାର ନକ୍ସଲ ଦମନରେ ସଫଳତା ମିଳିବାରେ ଲାଗିଛି। ଗତ ବର୍ଷ ପ୍ରାୟ ୧୫୦ ନକ୍ସଲଙ୍କ ନିହତ ହୋଇଥିବା ବେଳେ ୩୦୦ରୁ ଊର୍ଦ୍ଧ୍ବ ନକ୍ସଲ ଗିରଫ ଏବଂ ୫୦୦ରୁ ଊର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ କରିସାରିଥିଲେ। 




Edited by k.s thakur...



Post a Comment

Previous Post Next Post