ନୃସିଂହନାଥ ବୈଶାଖ ମେଳା ରେ ଜଳକଷ୍ଟ ଦେଖାଦେବାର ସମ୍ଭାବନା, ଆଗକୁ ପଦକ୍ଷେପ ନେବାକୁ ଦାବି...
ବରଗଡ଼,୦୭/୦୨ : ବରଗଡ଼ ଜିଲ୍ଲା ରେ ପ୍ରମୁଖ ନଦୀ ଶ୍ରୋତ ଗୁଡିକ ସୁଖିଲା ହୋଇ ପଡ଼ୁଥିବା ରୁ ଆଗାମୀ ଖରା ସମୟରେ ଜଳ କଷ୍ଟ ଦେଖା ଦେବାର ସମ୍ଭାବନା ବୃଦ୍ଧି ପାଇଛି। ଏଥର ଜାନୁୟାରୀ ଶେଷ ବେଳକୁ ପଦ୍ମପୁର ଏନ୍ ଏ ସି ସମେତ ବରିକେଲ ପ୍ରଭୃତି ଗାଁ ଗୁଡ଼ିକରେ ପାନୀୟ ଜଳ ସମସ୍ୟା ଗୁରୁତର ହେଲାଣି ଏହି ପରିସ୍ଥିତି କୁ ଆଖି ଆଗରେ ରଖି ପ୍ରବଳ ଖରା ମସରେ ବରଗଡ଼ ଜିଲ୍ଲା ନୃସିଂହନାଥ ପୀଠ ରେ ପାଞ୍ଚ ଦିନିଆ ବୈଶାଖ ମେଳା ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥର ନୃସିଂହନାଥ ପୀଠ ରେ ମଧ୍ୟ ଜଳକଷ୍ଟ ଦେଖାଦେବାର ଯଥେଷ୍ଟ ସମ୍ଭାବନା ପ୍ରକାଶ ପାଉଛି।
Ad..
ପାଞ୍ଚ ଦିନ ବ୍ୟାପୀ ଲକ୍ଷାଧିକ ଜନସମାଗମ ହେଉଥିବା ପୀଠ ରେ ପ୍ରତିବର୍ଷ ମେଳାର ଶେଷ ଦୁଇଦିନ ଜଳକଷ୍ଟ ଦେଖା ଦେଇଥାଏ। ଏଥର କିନ୍ତୁ ଜାନୁୟାରୀ ଶେଷ ସମୟରୁ ଖରାର ପ୍ରକୋପ ଆରମ୍ଭ ହେଉଥିବା ରୁ ଜଳକଷ୍ଟ ମଧ୍ୟ ଦେଖାଦେବାର ଆଶଙ୍କା ରହୁଛି।
ବରଗଡ଼ ଜିଲ୍ଲା ପ୍ରଶାସନ ନୃସିଂହନାଥ ମନ୍ଦିର ପରିଚାଳନା କମିଟି ଆଗୁଆ ପ୍ରତିକାର ପଦକ୍ଷେପ ଗ୍ରହଣ କରିବା ପାଇଁ ସଚେତନ ନ ହେଲେ ଜଳକଷ୍ଟ ହଜାର ହଜାର ଶ୍ରଦ୍ଧାଳୁ ଙ୍କୁ ବଡ ସମସ୍ୟା ରେ ପକାଇବାର ସମ୍ଭାବନା ରହୁଛି।
ନୃସିଂହନାଥ ବୈଶାଖ ମେଳା ରେ ହଜାର ହଜାର ଦୋକାନ, ବଜାର ବସୁଥିବା ବେଳେ ହୋଟେଲ , ଜଳଖିଆ ବ୍ଯବସାୟ ହୁଏ ଯେଉଁଥିପାଇଁ ବ୍ଯବସାୟୀ ନୃସିଂହନାଥ ମନ୍ଦିର ର ଜଳଯୋଗାଣ ଉପରେ ନିର୍ଭର କରିଥାନ୍ତି ଆହୁରି ଓଡ଼ିଶା ସମେତ ପଡୋଶୀ ଛତିଶଗଡ଼ ର ଶ୍ରଦ୍ଧାଳୁ ବୈଶାଖ ମେଳା ଦେଖିବା ପାଇଁ ଆସି ରୋଷେଇ କରି ଖାଇଥାନ୍ତି ଯାହା ଉକ୍ତ ମନ୍ଦିର ର ଜଳଯୋଗାଣ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ହୋଇଥାଏ ।
ଏଥର କିନ୍ତୁ ଖରା ର ପ୍ରକୋପ, ତାପମାତ୍ରା ବୃଦ୍ଧି ଓ ଜଳକଷ୍ଟ ଦେଖାଦେବାର ଯଥେଷ୍ଟ ସମ୍ଭାବନା ଥିବାରୁ ପ୍ରତିକାର ସ୍ବରୂପ ଆଗୁଆ ପଦକ୍ଷେପ ନିଆନଗଲେ ନୃସିଂହନାଥ ପୀଠ ବୈଶାଖ ମେଳା ସମୟରେ ଜଳକଷ୍ଟ ର ସମସ୍ୟା ରହିବ ନାହିଁ ବୋଲି ବରଗଡ଼ ଜିଲ୍ଲା ର ପରିବେଶବିତ୍ ସମେତ ସଚେତନ ନାଗରିକ ମହଲ ରୁ ଦାବି ହେଉଛି।
Report : Bijay ku sahu
Edited by k.s thakur...


