ପଦମପୁର ପାନୀୟ ଜଳ ସମସ୍ୟା ଗୁରୁତର.. ନାଗରିକ କମିଟି ର ଉଦବେଗ , ଶିଘ୍ର ସମାଧାନ ପାଇଁ ପ୍ରଶାସନ ସହ ହେବ ଆଲୋଚନା...

ପଦମପୁର ପାନୀୟ ଜଳ ସମସ୍ୟା ଗୁରୁତର.. ନାଗରିକ କମିଟି ର ଉଦବେଗ , ଶିଘ୍ର ସମାଧାନ ପାଇଁ ପ୍ରଶାସନ ସହ ହେବ ଆଲୋଚନା...


ବରଗଡ,୦୬/୦୨ : ଚଳିତ ବର୍ଷ ଫେବୃୟାରୀ ମାସ ନ ଆସୁଣୁ ଖରା ତେଜ ଏତେ ମାତ୍ରାରେ ବୃଦ୍ଧି ପାଇଲାଣି ଯେ ଜନଜୀବନ ପ୍ରଭାବିତ ହେବା ଆଶଙ୍କା ରହିଛି। ଖରା ବୃଦ୍ଧି ସାଙ୍ଗକୁ ସବୁ ନଦୀ, ପୋଖରୀରେ ପାଣି ସୁଖି ଫାଟି ଆଁ କଲାଣି।

            Ad..


ପଦମପୁର ସହରରେ  ଏନ୍ ଏ ସି ତରଫରୁ ଯୋଗାଇ ଦିଆ ଯାଉଥିବା ପାନୀୟ ଜଳ ବିଗତ ବର୍ଷ ମାନଙ୍କରେ ମଧ୍ୟ ଉତ୍କଟ ଅଭାବ ନେଇ ଅନେକ ଥର ରାସ୍ତା ଅବାରୋଧ ଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିବା ବେଳେ ପ୍ରଶାସନ ପକ୍ଷରୁ ମିଳିଥିବା ପ୍ରତିଶ୍ରୁତି ଖାଲି କଥାରେ ରହିଯିବା ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ଗ୍ରାମାଞ୍ଚଳ  କଥା ତ ଅଲଗା କିନ୍ତୁ ଖୋଦ୍ ପଦମପୁର ସହରରେ ପାନୀୟ ଜଳର ଅଭାବ ଏବେଠୁଁ ଦେଖା ଦେଇଛି। ଏବେଠୁଁ ଯଦି ବିକଳ୍ପ ଚିନ୍ତା ନ କଲେ ଆଗକୁ ଅବସ୍ଥା ସଙ୍କଟାପନ୍ନ ହେବା ସହ ଜନଜୀବନ ନିଶ୍ଚିତ ପ୍ରଭାବିତ ହେବେ। 

ଏନେଇ ପଦମପୁର ନାଗରିକ କମିଟି ସମ୍ପାଦକ ଆଇନଜୀବୀ ଅଜିତ ଶତପଥିଙ୍କ ଆହ୍ୱାନ କ୍ରମେ ନାଗରିକ କମିଟି, ବରିଷ୍ଟ ନାଗରିକ ସଂଘ ଓ ବଣିକ ସଂଘର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇ ପଦ୍ମପୁର ସହରର ପାନୀୟ ଜଳ ସଙ୍କଟ ଉପରେ ଗୁରୁତର ଆଲୋଚନା ହୋଇ ଗଭୀର ଉଦବେଗ ପ୍ରକାଶ ପାଇଥିଲା।

ପାନୀୟ ଜଳ ଭଳି ଏକ ଗୁରୁତ୍ଵ ପୂର୍ଣ୍ଣ ମୈଲିକ ସମସ୍ୟାକୁ ଶୀଘ୍ର ସମାଧାନ ନ କଲେ ଆଗକୁ ଜନ ଅସନ୍ତୋଷ ଆନ୍ଦୋଳନର ରୂପ ନେବା ସମ୍ଭାବନାକୁ ସହଜରେ ଏଡାଇ ଦିଆ ଯାଇ ନ ପାରେ।ଆସନ୍ତା କାଲି ପ୍ରତିନିଧି ମଣ୍ଡଳ ଉପ ଜିଲ୍ଲପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ସହ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହାର ଆଶୁ ସମାଧାନ ପାଇଁ ଦାବି ଜଣାଇବେ। ଏହି ପ୍ରସ୍ତୁତି ବୈଠକରେ ପଦମପୁର ସହରର ବିଶିଷ୍ଟ ବ୍ୟକ୍ତି, ସମାଜସେବୀ ତଥା ସଧାରଣ ଜନତା ଯୋଗଦେଇ ଆଲୋଚନା କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post