ତୁରେକେଲା ବ୍ଳକରେ ନବମ ମାସିକ ବୈଠକ ଅନୁଷ୍ଠିତ...

ତୁରେକେଲା ବ୍ଳକରେ ନବମ ମାସିକ ବୈଠକ ଅନୁଷ୍ଠିତ...


କଣ୍ଟାବାଞ୍ଜି,୧୫/୦୨ : ତୁରେକେଲା ବ୍ଳକର ଏଗାର ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ନବମ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା।ମାନ୍ଦଲା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବୈଠକ କୁଇବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।

             Ad..


ସିଆରସିସି ଧନସିଂ ମାଝୀଙ୍କ ତତ୍ତ୍ୱାବଧାନରେ ବୈଠକରେ ତୁରେକେଲା ସଂଯୋଜକ ଜ୍ଞାନେନ୍ଦ୍ର ମଲ୍ଲିକ, ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ଯୋଗ ଦେଇଥିଲେ।ସଂଖାଜ୍ଞାନ ଓ ଭାଷା ଉପରେ ଶିକ୍ଷକ ଶିକ୍ଷୟିତ୍ରୀ ଆଦର୍ଶ ଶିକ୍ଷା ଦାନ ଦେଇଥିଲେ।

ଏହି ବୈଠକରେ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ସୁନା,ଅକ୍ରୁର ପୁଟା,ହରିଶଙ୍କର ସାହୁ,ଲଳିତ କୁଅଁର, ରାଜ କିଶୋର ସେଠ ଆଦି ଯୋଗ ଦେଇଥିଲେ।ସେହିପରି ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ରର ମାସିକ ବୈଠକ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ବାଗବେଲ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।

ଶିକ୍ଷକ ପ୍ରଦୀପ କୁମାର ମେହେର ବହୁଶ୍ରେଣୀ ସଂଖାଜ୍ଞାନ ଓ ଧର୍ମବନ୍ତୀ ପୁଟା ଭାଷା ଉପରେ ଆଦର୍ଶ ଶିକ୍ଷା ଦାନ କରିଥିଲେ।ଛାତ୍ରଛାତ୍ରୀ ମାନେ ଅତି ସୁନ୍ଦର ଅଂଶ ଗ୍ରହଣ କରିଥିଲେ।ତାପରେ ଅପାର ଆଇଡି,ୟୁ ଡାଇସ,ଟ୍ରାକିଙ୍ଗ ରେଜିଷ୍ଟର, ସମେଟିଭ ପରୀକ୍ଷା ଉପରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ଶିକ୍ଷୟିତ୍ରୀ ଡାଳିମ୍ବ ମେହେର, ମାଧବୀଲତା ସାହୁ,ସୁଭଦ୍ରା ମେହେର, ବିନୋଦିନୀ ତାଣ୍ଡୀ, ଶିକ୍ଷକ ରବୀନ୍ଦ୍ର ରଥ, ପୀତାମ୍ବର ଲୁହା, ସୁରୁମଣି ମେହେର, ପ୍ରଫୁଲ୍ଲ ମାଝୀ, ଦେବ ବଗର୍ତ୍ତୀ, ଗୋପାଳ ଧରୁଆ, ଭ୍ରମରବର ମହାପାତ୍ର, ରାଜୀବ ଦାସ ଯୋଗ ଦେଇଥିଲେ।



Edited by k.s thakur...

Post a Comment

Previous Post Next Post