କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ରର କ୍ଳଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ...

କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ରର କ୍ଳଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ...


କଣ୍ଟାବାଞ୍ଜି,୧୫/୦୨ :  କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ରର କ୍ଳଷ୍ଟର ସ୍ତରୀୟ ନିପୁଣ ମେଳା ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ଙ୍କ ତତ୍ତ୍ୱାବଧାନରେ ବାର ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ,ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

           Ad..


ପ୍ରଧାନ ଶିକ୍ଷୟତ୍ରୀ ସବିତା ମହାପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ତୁରେକେଲା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତlନୁ କୁମାର ପଢ଼ିଆରି ମୁଖ୍ୟ ଅତିଥି,କଣ୍ଟାବାଞ୍ଜି ସମାଜ ଖବର କାଗଜ ସାମ୍ବାଦିକ ତୁଳସୀ ରାମ ଜଗତ  ମୁଖ୍ୟ ବକ୍ତା, ସମାଜ ସେବୀ ବେଦବ୍ୟାସ ନାଗ ସମ୍ମାନିତ ଅତିଥି , ସମ୍ବାଦ ଖବର କାଗଜ ସାମ୍ବାଦିକ ପୁଷ୍ପକେତୁ ବେହେରା, ସକାଳ ଖବର କାଗଜ ସାମ୍ବାଦିକ ରୋହନ କୁମାର ମହତ୍ ସମ୍ମାନୀତ ଅତିଥି  ଭାବରେ ଯୋଗ ଦେଇ ଥିଲେ। ଶିକ୍ଷୟିତ୍ରୀ ଅଞ୍ଜଳି ମାଝୀ ଲକ୍ଷ୍ୟ, ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସଭା ପରିଚାଳନା କରିଥିଲେ।

ସର୍ବ ପ୍ରଥମେ ଅତିଥି ମାନେ ମା ବାଗ୍ଦେବୀଙ୍କ ଫଟୋଚିତ୍ରରେ ଧୂପଦୀପ ଓ ପୁଷମାଲ୍ୟ ପ୍ରଦାନ କରିଥିଲେ।  ଶିକ୍ଷକ ସୁରେନ୍ଦ୍ର ମାଝୀ ଶ୍ଳୋକ ଉଚ୍ଚାରଣ ଓ ଛାତ୍ରୀବୃନ୍ଦ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ।ତାପରେ ନିପୁଣ ମିଶନର ଗୀତ ଓ ପ୍ରତିଜ୍ଞା ନିଆଯାଇଥିଲା।

ପ୍ରଥମରୁ ତୃତୀୟ ଶ୍ରେଣୀ ର ସଂଖାଜ୍ଞାନ ଓ ଭାଷାଜ୍ଞାନ ଉପରେ ତିଆରି ହୋଇଥିବା ବିଭିନ୍ନ ଶିକ୍ଷଣ ସାମଗ୍ରୀ ମେଳାରେ ପ୍ରଦର୍ଶନ କରାଯାଇଥିଲା।ଶିକ୍ଷଣ ସାମଗ୍ରୀ ଗୁଡିକୁ ଛାତ୍ରଛାତ୍ରୀ, ଶିକ୍ଷକ ,ଶିକ୍ଷୟିତ୍ରୀ,ଅଭିଭାବକ ଦେଖି ଖୁସି ଅନୁଭବ କରିଥିଲେ।

ସେମାନଙ୍କ ଭିତରୁ ସଂଖାଜ୍ଞାନ ଓ ଭାଷା ପାଇଁ  ଶ୍ରେଷ୍ଠ ତିନିଜଣ ଅଂଶଗ୍ରହଣକାରୀଙ୍କୁ ପୁରସ୍କୃତ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫେନ୍ସି ଡ୍ରେସରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ମେଳାରେ ଶିକ୍ଷକ କୃଷ୍ଣ ଚନ୍ଦ୍ର ପଣ୍ଡା ଓ ଶିକ୍ଷୟତ୍ରୀ ଦିପ୍ତିବାଲା ବେହେରା ବିଚାରକ ଭାବେ ଯୋଗ ଦେଇ ଥିଲେ। ପୂଜା ଜାଲ, ଲାବନ୍ୟା ଧରୁଆ, ଭାରତୀ ଦାସ, ସୁଭାଷିନୀ ମେହେର, ଯୋଷୋଦା ବିଡିକା, ସୁନୀତା ମେହେର, ସବିତା ପାଣିଗ୍ରାହି, ଶାନ୍ତି ଲତା ଭୋଇ, ବିଣାପାଣି ଦାସ, ଶିକ୍ଷକ ବିଶ୍ବରଂଜନ ଦାସ, ଜାନକୀ ରାମ ସାମବେଦମ୍  ସହଯୋଗ କରିଥିଲେ।



Edited by k.s thakur...


Post a Comment

Previous Post Next Post