ସଂକଳ୍ପ ପରିବାର ର ପଞ୍ଚମ ପ୍ରତିଷ୍ଠା ଦିବସରେ ବରଗଡ଼ ଜିଲ୍ଲାର 8 ଜଣ ସହିଦ ପରିବାରଙ୍କୁ କରାଗଲା ସମ୍ବର୍ଦ୍ଧିତ...
ବରଗଡ଼,୧୫/୦୨ : ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଶୁକ୍ରବାର ସଂକଳ୍ପ ପରିବାର ପକ୍ଷରୁ ବଳିଦାନ ଦିବସ ତଥା ସଂକଳ୍ପ ପରିବାରର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।
Ad..
ଫେବୃଆରୀ ୧୪ ପୁଲୱାମା ଆତଙ୍କି ହମଲା ରେ ସହିଦ ହୋଇଥିବା ଭାରତ ର ବୀର ପୁତ୍ର ମାନଙ୍କ ସ୍ମୁତି ଚାରଣ ଉଦ୍ଦେଶ୍ୟ ରେ ବିଗତ ପାଞ୍ଚ ବର୍ଷ ଧରି ସଂକଳ୍ପ ପରିବାର ଏହି ଦିନଟିକୁ ବଳିଦାନ ଦିବସ ତଥା ସଂକଳ୍ପ ପରିବାରର ପ୍ରତିଷ୍ଠା ଦିବସ ରୂପେ ପାଳନ କରିଥାଏ।
ତେବେ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶ୍ରୀ ସୁଶାନ୍ତ ସାହୁ ଆସିଷ୍ଟେଣ୍ଟ କମାଣ୍ଡେଣ୍ଟ CRPF ସମ୍ବଲପୁର ଯୋଗଦାନ କରିଥିବା ବେଳେ , ମୁଖ୍ୟ ବକ୍ତା ଭାବେ ଆଶିଷ୍ଟେଣ୍ଟ ପ୍ରଫେସର IIM ସମ୍ବଲପୁର ଶ୍ରୀମାନ ସୁଜିତ କୁମାର ପୃସେଠ, ସମ୍ମାନିତ ଅତିଥି ଭାବରେ ଉପଦେଷ୍ଟା ସଂଯୁକ୍ତ କୃଷକ ସଙ୍ଗଠନ ଶ୍ରୀମାନ ଉତ୍ପନ ଭୋଇ ଏବଂ ବିପ୍ଲବୀ କବି ନୀତିଶ ଆଚାର୍ଯ୍ୟ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ସଞ୍ଜୟ ସତପଥୀ ମଞ୍ଚ ପରିଚାଳନା କରିଥିଲେ।
ସହିଦ ବୀର ଯବାନଙ୍କ ଉଦ୍ୟେଶରେ ସଂକଳ୍ପ ପରିବାର ଦ୍ୱାରା ଆୟୋଜିତ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଶ୍ରୀ ସୁଶାନ୍ତ ସାହୁ ଫିତା କାଟି ଉଦଘାଟନ କରିଥିଲେ। ଏହି ରକ୍ତଦାନ ଶିବିରରେ ସମୁଦାୟ 46 ୟୁନିଟ ରକ୍ତ ସଂଗ୍ରହ କରଯାଇ ସହିଦ ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ନିମିତ୍ତ ସମର୍ପିତ କରାଯାଇଥିଲା।
ଏହି ଅବସରରେ ବରଗଡ଼ ଜିଲ୍ଲାର 8 ଜଣ ବୀର ସହିତଙ୍କ ପରିବାରଙ୍କୁ ସମର୍ଦ୍ଧିତ କରାଯାଇଥିଲା। ସହିଦ ଗଙ୍ଗାଧର ଦଳେଇ, ବରାହମୁଣ୍ଡା (ଅତାବିରା ), ସହିଦ କୌଶଳ କିଶୋର ପ୍ରଧାନ, ବାବାଜୀ ମଠ, (ଅତାବିରା ), ସହିଦ ନୀଳାଞ୍ଚଳ ପଟେଲ, ବାଘପାଳି, (ଭେଡେନ ), ସହିଦ ପଦ୍ମଲୋଚନ ମାଝୀ, ବରଡୋଲ, (ବରଗଡ଼ ), ସହିଦ ପ୍ରକାଶ ସାହୁ,କଟାପାଲି, (ବରଗଡ଼ ) ସହିଦ ରଞ୍ଜନ ଦାସ, ଖଣ୍ଡହତା ( ବରଗଡ଼ ), ସହିଦ ଟୁକେଶ୍ୱର ଭୋଇ, ନୂଆଗାଡ଼ ( ଭଟଲି ), ସହିଦ ସଞ୍ଜୟ ବାଗ, କୁଦୋପାଲି ( ଭେଡେନ ) ଏପରି 8 ଜଣ ବୀର ସହିଦଙ୍କ ଦାୟାଦ ମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ।
ସମାଜ ସେବା କ୍ଷେତ୍ରରେ ବିଶେଷ ଅବଦାନ ରହିଥିବା ସମାଜସେବୀ ସଂସ୍ଥା ଓ ବ୍ୟକ୍ତି ବିଶେଷ ମାଁ ଲିମସରିଏଁନ ଯୁବକ ସଚେତନ ସଂଘ ସମ୍ବଲପୁର ଏବଂ ସମାଜସେବୀ ଅଞ୍ଜୁ ମିତ୍ତଳ ଙ୍କୁ "ସଂକଳ୍ପ ସେବା ସମ୍ମାନ" ରେ ସମ୍ମାନିତ କରିଥିଲା ସଂକଳ୍ପ ପରିବାର ।
ସଂକଳ୍ପ ପରିବାରର ସହିତ ମିଳିତ ଭାବରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଦାନ ଶିବିରର ଆୟୋଜନ କରୁଥିବା ସହଯୋଗୀ 10 ଗୋଟି ଅନୁଷ୍ଠାନକୁ ସଂକଳ୍ପ ପରିବାର ସାମର୍ଦ୍ଧିତ କରିଥିଲା।ଏତତ ବ୍ୟତୀତ ସହିଦଙ୍କ ଉଦ୍ୟେଶରେ ଅଙ୍କିତ ରାଜ ଙ୍କର ଦେଶ ଭକ୍ତି ସଙ୍ଗୀତ ବେଶ ହୃଦୟସ୍ପର୍ଶି ହୋଇଥିଲା ଏବଂ ଦେଶାତ୍ମବୋଧକ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦେଶପ୍ରେମୀଙ୍କ ମନକୁ ଛୁଇଥିଲା। କାର୍ଯ୍ୟକ୍ରମର ଶେଷରେ ସଂକଳ୍ପ ପରିବାରର ସକ୍ରିୟ ସଦସ୍ୟ ନିରାକାର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ।
Report : Bijay ku sahu
Edited by k.s thakur...


