ବରଗଡ଼ ଜିଲ୍ଲା ର ବହୁ ପର୍ଯ୍ୟଟନ ଓ ଐତିହ୍ୟ ଅବହେଳିତ...
ବରଗଡ଼,୨୪/୦୨ : ବରଗଡ଼ ଜିଲ୍ଲା ର ପର୍ଯ୍ୟଟକ ଓ ଐତିହ୍ୟ ଆଜି ପର୍ଯ୍ୟନ୍ତ ଅବହେଳିତ ହୋଇ ରହିଥିବା ରୁ ଜନ ଅସନ୍ତୋଷ ରହୁଛି। ଜିଲ୍ଲାର ମୁଖ୍ୟ ପର୍ଯଟନ ପୀଠ ନୃସିଂହନାଥ ପୀଠ ଓଡ଼ିଶା ତଥା ଛତିଶଗଡ଼ ଦୁଇ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ସୋଇଥିଲେ ବି ଯେତିକି ବିକାଶ ହେବାକଥା ହୋଇନାହିଁ ।
Ad..
ଗତ ୨୫ ବର୍ଷ ମଧ୍ୟରେ ତତ୍କାଳୀନ ବିଜୁ ଜନତାଦଳର ସରକାର ଙ୍କ ସମୟରେ ନୃସିଂହନାଥ, ଦେବଦର୍ହା, ପଥରାସେନୀ ଓ ବାରପାହାଡ ଡେବ୍ରିଗଡ ପାଦଦେଶରେ ଥିବା ବାର ବଖରା ପର୍ଯ୍ୟଟନ ର ବିକାଶ ପାଇଁ ବହୁ କୋଟିର ଅବଦାନ ଦିଆଯାଇଛି ହେଲେ ବିକାଶ କାର୍ଯ୍ୟରେ ସମୀକ୍ଷା ଓ ଉଚ୍ଚ ଅଧିକାରୀ ଙ୍କ ତଦନ୍ତ ଅଭାବ ଯୋଗୁଁ ଅଧୁରା ହୋଇଛି।
Ad..
ନୃସିଂହନାଥ ଠାରେ ତିଆରି ହୋଇଥିବା ନୂଆ ଯାତ୍ରି ପ୍ରତିକ୍ଷାଳୟ ଓ ଭୋଗମଣ୍ଡପ ରେ ପାଣି ଲଗୁଛି। ପର୍ଯ୍ୟଟନ ବିଭାଗ ଦ୍ବାରା ତିଆରି ହୋଇଥିବା ମାର୍କେଟ ଦୋକାନ କୈାଣସି କାମରେ ଲାଗୁନଥିବା ଓ ଉପଯୁକ୍ତ ସ୍ଥାନରେ ତିଆରି ହୋଇନଥିବା ଯୋଗୁଁ କାମରେ ଲାଗୁନାହିଁ ବାଧ୍ୟ ବାଧ୍ୟତାମୂଳକ ଭାବରେ ଦୋକାନୀ ଦୋକାନ ଗୃହ ବଣ୍ଟନ ରେ ସାମିଲ ହୋଇଛନ୍ତି।
ସେହିପରି ଦେବଦର୍ହା ଠାରେ ବିକାଶ କାମ ହୋଇଛି ହେଲେ ତା'ର ମଧ୍ୟ କୈାଣସି ସୁଫଳ ନାହିଁ କୈଣସି ଯାତ୍ରି ଙ୍କ କାମରେ ଲାଗୁନାହିଁ। । ନିମ୍ନ ମାନର କାମ କରାଯାଇଥିବା ଅଭିଯୋଗ ହୋଇଛି ସେଥିରେ ତଦନ୍ତ କିଛି ନାହିଁ କି ବର୍ତ୍ତମାନ ବିଜେପି ସରକାର ଙ୍କ ନଜର ପଡିପାରୁ ନାହିଁ।
Report : Bijay ku sahu
Edited by k.s thakur...



