ସୁବର୍ଣ୍ଣ ଜୟନ୍ତୀ ର ଅପୂର୍ବ ସଫଳତା ପାଇଁ ବୈଠକ...

ସୁବର୍ଣ୍ଣ ଜୟନ୍ତୀ ର ଅପୂର୍ବ ସଫଳତା ପାଇଁ ବୈଠକ...


ବରଗଡ଼,୨୩/୦୨ :  ଆଜି ରବିବାର ଦିନ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ର ୧୯୭୫ ମେଟ୍ରିକ୍ ବ୍ୟାଚ ର ସୁବର୍ଣ୍ଣ ଜୟନ୍ତି ଉତ୍ସବ ଗତ ୧୬ ତାରିଖ ରବିବାର ଦିନ ବରଗଡ଼ ଉପକଣ୍ଠ ବରାହଗୁଡା ନିକଟସ୍ଥ ଲାଫ୍ ଲୋରା ପ୍ରାକୃତିକ ଉଦ୍ୟାନ ରେ ଅପୂର୍ବ ସଫଳତା ସହ ସମାପନ ହୋଇଥିବାରୁ...

Ad..


ସମସ୍ତ ବନ୍ଧୁ ମାନେ ଖୁସି ବ୍ୟକ୍ତ କରିବା ସହିତ ଚଳିତ ବର୍ଷ ଡିସେମ୍ବର ପ୍ରଥମ ରବିବାର ଦିନ ପୁଣି ଏକ ନିଆରା ଢଙ୍ଗରେ ସୁବର୍ଣ୍ଣ ଜୟନ୍ତୀ ବର୍ଷ ( ୧୯୭୫ ରୁ ୨୦୨୫) ଉତ୍ସବ ମହାଆଡମ୍ବରରେ ଅନ୍ୟ ଏକ ସ୍ଥାନରେ ପାଳିତ କରାଯିବ ଏବଂ ପ୍ରତି ବର୍ଷ ପୌଷମାସ ବା ଡିସେମ୍ବର ମାସର ପ୍ରଥମ ରବିବାର ଦିନ ବାର୍ଷିକ ବନ୍ଧୁ ମିଳନ ଅନୁଷ୍ଠିତ ହେବ ବୋଲି ସମସ୍ତେ ମତପ୍ରକାଶ କରିଥିଲେ।

    Ad..


ଆଜିର ଏହି ବୈଠକରେ ସର୍ବଶ୍ରୀ ସତ୍ୟ ନାରାୟଣ ପଣ୍ଡା, ଗୋବିନ୍ଦ ଦାଶ, ନିର୍ମଳ କିଶୋର କର, ଅଭୟ କୁମାର ଭୋଇ,କୃଷ୍ଣ ଚନ୍ଦ୍ର ପଣ୍ଡା, ଲଳିତ ବିଶି, ସ୍ବାଧିନ ମହାରଣା, ସୁରେନ୍ଦ୍ର ଦାଶ, ଅଶ୍ବିନୀ କୁମାର ପଣ୍ଡା, ଆଦି ଯୋଗଦେଇ ନିଜ ନିଜ ମତାମତ ପ୍ରଦାନ କରିଥିଲେ।ଶେଷରେ ପ୍ରମୋଦ ରଂଜନ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post