ହାଇୱା ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ, ସ୍ବାମୀ ଓ ପୁଅ ଆହତ...
କେନ୍ଦ୍ରାପଡ଼ା,୨୪/୦୨ : କେନ୍ଦ୍ରାପଡ଼ାରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତିନି ମୁହାଣି ଛକରେ ସଡ଼କ ଦୁର୍ଘଟଣା ଘଟିବା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତା ହେଲେ ଶ୍ରଦ୍ଧାଞ୍ଜଳୀ ସାହୁ। ତାଙ୍କ ଘର ମହିପାଳରେ।
Ad..
ସୂଚନା ଅନୁଯାୟୀ, ସକାଳ ପ୍ରାୟ ୯ଟା ସମୟରେ ଶ୍ରଦ୍ଧାଞ୍ଜଳି ସାହୁ ତାଙ୍କ ସ୍ବାମୀ ଓ ପୁଅ ସହ ସ୍କୁଟିରେ ପ୍ଲେ ସ୍କୁଲକୁ ନେଇ ଅଭିମୁଖେ ଯାଉଥିଲେ। ଏହି ସମୟରେ ତିନି ମୁହାଣି ଛକରେ ସ୍କୁଟିକୁ ଏକ ଚିପ୍ସ ବୋଝେଇ ହାଇୱା ପଛପଟୁ ଧକ୍କା ଦେଇଥିଲା।
Ad..
ଏହାଫଳରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ସ୍ବାମୀ ଓ ପୁଅ ଆହତ ହୋଇଛନ୍ତି। ପୁଅର ହାତ ଭାଙ୍ଗିଯାଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ଏଣେ ଉତ୍ତ୍ୟକ୍ତ ଲୋକେ ହାଇୱାକୁ ଅଟକ ରଖିବା ସହ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଲୋକେ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି।
Edited by k.s thakur...
Tags:
kendrapara
latest news
latest update
odisha daily current affairs
one death
Road accident
two injured



