ମାର୍ଚ୍ଚ ମାସ ସୁଦ୍ଧା ସରିବନି ରତ୍ନ ଭଣ୍ଡାର ମରାମତି କାମ: ପୃଥ୍ୱୀରାଜ ହରିଚନ୍ଦନ...
ଭୁବନେଶ୍ୱର,୨୪/୦୨ : ମାର୍ଚ୍ଚ ମାସ ଶେଷ ସୁଦ୍ଧା ଶେଷ ହୋଇ ପାରିବନି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ। ମରାମତି କାର୍ଯ୍ୟରେ ବିଳମ୍ବ ହେବା ନେଇ ଆଜି ସୂଚନା ଦେଉଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
Ad..
ସେ କହିଛନ୍ତି ଧାର୍ଯ୍ୟ ଦିନରୁ ରତ୍ନଭଣ୍ଡାର ମରାମତି କାମ ବିଳମ୍ବ ହେଉଛି । କାମ ବିଳମ୍ବ ହେଉଥିବାରୁ ମାର୍ଚ୍ଚ ସୁଦ୍ଧା ମରାମତି କାର୍ଯ୍ୟ ଶେଷ ହେବ ନାହିଁ ଏବଂ ଗଣତି ମଣତି ମଧ୍ୟ ହୋଇପାରିବ ନାହିଁ । କେତେ ଦିନ ମରାମତି କାମ ସରିବ ସେ ନେଇ ଆକଳନ କରାଯାଇ ପାରୁ ନାହିଁ ।
Ad..
କିନ୍ତୁ ମରାମତି କାମକୁ ଆହୁରି ମାସେ କିମ୍ବା ଦୁଇ ମାସ ସମୟ ଲାଗିବ। ଯେତିକି ଆକଳନ କରାଯାଇଥିଲା, ତାଠୁ ଅଧିକ ମରାମତି ଆବଶ୍ୟକ ରହିଛି । ତେବେ ରଥଯାତ୍ରା ପୂର୍ବରୁ ଗଣତି ମଣତି ପ୍ରକ୍ରିୟା ଶେଷ କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।
Edited by k.s thakur...
Tags:
latest news
latest update
minister prithviraj harichandan
not completed till March
odisha daily current affairs
puri
ratna bhandar
work



