ପଦ୍ମପୁର ଏଡିଏମ୍ ଙ୍କ ସୂଚନା : ପ୍ରତ୍ୟେକ ମାସ ୧୨ ତାରିଖ ପଦ୍ମପୁର ଉପଖଣ୍ଡ ର ଭିନ୍ନକ୍ଷମ ଙ୍କ ପାଇଁ ଅନୁଷ୍ଠିତ ହେବ ଚିହ୍ନଟ ଶିବିର ...
ବରଗଡ଼/ପଦ୍ମପୁର,୨୪/୦୨ : ପଦ୍ମପୁର ଉପଖଣ୍ଡ ର ଭିନ୍ନକ୍ଷମ ମାନଙ୍କୁ ଆଉ ଦୌଡିବାକୁ ଫଡିବ ନାହିଁ ବରଗଡ। ଆସନ୍ତା ମାର୍ଚ୍ଚ ୧୨ ତାରିଖ ଠାରୁ ପଦ୍ମପୁର ଠାରେ ଆରମ୍ଭ ହେଉଛି ଭିନ୍ନକ୍ଷମ ଚିହ୍ନଟ ଶିବିର।
Ad..
ଜିଲ୍ଲାର ଭିନ୍ନକ୍ଷମ ମାନଙ୍କ ପାଇଁ ପ୍ରତ୍ୟେକ ମାସ ର ପ୍ରଥମ ଦିନ ୧ ତାରିଖ ବରଗଡ଼ ମୁଖ୍ୟାଳୟ ସରକାରୀ ଡାକ୍ତରଖାନା ଠାରେ ଅନୁଷ୍ଠିତ ହେଉଥିବା ଭିନ୍ନକ୍ଷମ ଚିହ୍ନଟ ଶିବିର ବଦଳରେ ପ୍ରତ୍ୟେକ ମାସ ୧୨ ତାରିଖ ପଦ୍ମପୁର ଠାରେ ଭିନ୍ନକ୍ଷମ ଚିହ୍ନଟ ଶିବିର ଅନୁଷ୍ଠିତ ହେବାକୁ ସରକାରୀ ସ୍ତରରେ ଘୋଷଣା ହୋଇଛି।
Ad..
ବରଗଡ଼ ଜିଲ୍ଲା ମୁଖ୍ୟାଳୟ କୁ ଯାଇ ନାନା ହଇରାଣ ହରକତ ହେଉଥିବା ପଦ୍ମପୁର ଉପଖଣ୍ଡ ର ଭିନ୍ନକ୍ଷମ ମାନଙ୍କ ତରଫରୁ ପଦ୍ମପୁର ଏଡିଏମ୍ କୁନାଲ ମୋତିରାମ ଚୈହ୍ୱାନ ଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
ପଦ୍ମପୁର ଉପଖଣ୍ଡ ର ଭିନ୍ନକ୍ଷମ ମାନଙ୍କ ସୁବିଧା ଦୃଷ୍ଟିରୁ ସରକାର ବିଚାର କରି ପ୍ରତ୍ୟେକ ମାସ ୧୨ ତାରିଖ ପଦ୍ମପୁର ମୁଖ୍ୟାଳୟ ଠାରେ ଭିନ୍ନକ୍ଷମ ଶିବିର ମାଧ୍ୟମରେ ଡାକ୍ତର ଙ୍କ ପରାମର୍ଶ, ଚିହ୍ନଟ ସାର୍ଟିଫିକେଟ ପ୍ରଭୃତି ର ଶୁଣାଣି ହେବ।
ଏଥିରେ ପଦ୍ମପୁର ଉପଖଣ୍ଡ ର ଭିନ୍ନକ୍ଷମଙ୍କ ଚିହ୍ନଟ ହୋଇପାରିବ ବୋଲି ପ୍ରଶାସନିକ ଅଧିକାରୀ ପଦ୍ମପୁର ଏଡିଏମ୍ କୁନାଲ ମୋତିରାମ ଚୈଭାନ ସୂଚନା ପ୍ରଦାନ କରିବା ସହ ପ୍ରତ୍ୟେକ ମାସ ୧୨ ତାରିଖ ପଦ୍ମପୁର ଉପଖଣ୍ଡ ର ଭିନ୍ନକ୍ଷମ ଭାଇ ଭଉଣୀ, ମାଁ, ଭଉଣୀ ମାନେ ଯୋଗଦାନ ଦେଇ ସରକାରୀ ସ୍ତରରେ ତାଙ୍କ ଚିହ୍ନଟ ପ୍ରକ୍ରିୟାରେ ଯଥା ସମ୍ଭବ ସମାଧାନ କରିବାରେ ସହାୟକ ହୁଅନ୍ତୁ ବୋଲି ସୂଚନା ଦେଇଛନ୍ତି।
Report : Bijay ku sahu
Edited by k.s thakur...
Tags:
ADM
Bargarh
camp
handicap
information
latest news
latest update
odisha daily current affairs
padamapur



