ଜର୍ଜ ହାଇସ୍କୁଲ ୭୫ ମେଟ୍ରିକ୍ ବ୍ୟାଚ ର ସୁବର୍ଣ୍ଣ ଜୟନ୍ତି ପାଇଁ ପ୍ରତ୍ୟହ ପ୍ରସ୍ତୁତି ବୈଠକ...
ବରଗଡ଼,୦୫/୦୨ : ଆଗାମୀ ୧୬ ଫେବୃଆରୀ ରବିବାର ଦିନ ବରଗଡ଼ ଉପକଣ୍ଠ ବରାହଗୁଡା ନିକଟସ୍ଥ ଲାଫ୍ ଲୋରା ପ୍ରାକୃତିକ ଉଦ୍ୟାନ ରେ ହେବାକୁ ଥିବା ବରଗଡ଼ ର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ର ୧୯୭୫ ମେଟ୍ରିକ୍ ବ୍ୟାଚ ର ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତି ଉତ୍ସବ ପାଳନ ଅବସରରେ ...
Ad..
ଚଳିତ ମାସ ୦୧ ତାରିଖ ରୁ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ସତ୍ୟ ନାରାୟଣ ପଣ୍ଡା ଙ୍କ ଆବାହକତ୍ବରେ ଏବଂ ଗୋବିନ୍ଦ ଦାଶ ଙ୍କ ସଭାପତିତ୍ବରେ ପ୍ରତ୍ୟହ ବୈଠକ ବସି କି କି ଆୟୋଜନ କରାଯିବ ତଥା ପ୍ରତି ବିଭାଗ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଚାଲୁଛି।
Ad..
ପୂର୍ବରୁ ଜାନୁଆରୀ ୦୫ ତାରିଖ ସୁବର୍ଣ୍ଣ ଜୟନ୍ତି ଉତ୍ସବ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ, ବରଗଡ଼ ବାହାରେ ରହୁଥିବା କେତେକ ବନ୍ଧୁ ଫେବୃୟାରୀ ମାସରେ ଜୟନ୍ତି ଉତ୍ସବ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ, ସେମାନଙ୍କ ପ୍ରସ୍ତାବକୁ ସମ୍ମାନ ସହିତ ଗ୍ରହଣ କରି ଆସନ୍ତା ୧୬.୦୨.୨୦୨୫ ରବିବାର ଦିନ କୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା।
ଆଶା ବରଗଡ଼ ବାହାରେ ରହୁଥିବା ସହପାଠୀଙ୍କ ଯୋଗଦାନ ବଢିବ ଓ କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବାକୁ ଅନେକ ଯୋଜନାର ନିଷ୍ପତି ନିଆଯାଉଛି।
ଏହି ବୈଠକରେ ସର୍ବଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା, ନିର୍ମଳ କିଶୋର କର, ଦେବୀ ପଟ୍ଟନାୟକ, ଅଭୟ କୁମାର ଭୋଇ, ଶତୃଘ୍ନ ଦାଶ, ପୃଥ୍ୱୀରାଜ ନାଏକ, ସ୍ବାଧିନ ମହାରଣା,କୁନୁ ବଢେଇ, ଅଶୋକ କୁଅଁର,ସୁଧାଂଶୁ ଶେଖର ଶତପଥୀ, ଲଳିତ ବିଶି ପ୍ରମୁଖ ଭିନ୍ନ ଭିନ୍ନ ଦିନ ମାନଙ୍କରେ ଯୋଗଦେଇ କିପରି ସୁବର୍ଣ୍ଣ ଜୟନ୍ତି ଉତ୍ସବ ପାଳନ କରାଯିବ ନିଜ ନିଜର ମତ ପ୍ରକାଶ କରୁଛନ୍ତି।
Report : Bijay ku sahu
Edited by k.s thakur...



