ନବ ନିଯୁକ୍ତ କନିଷ୍ଟ ପ୍ରାଥମିକ ଶିକ୍ଷକ (JTS) ଶିକ୍ଷକମାନଙ୍କୁ ପ୍ରାୟ ୪ ମାସ ହେଲା ବେତନ ମିଳିନାହିଁ,ବ୍ଲକ୍ ଶିକ୍ଷା ଅଧିକାରୀ (BEO) ଙ୍କୁ ଦାବୀପତ୍ର ପ୍ରଦାନ...

ନବ ନିଯୁକ୍ତ କନିଷ୍ଟ ପ୍ରାଥମିକ ଶିକ୍ଷକ (JTS) ଶିକ୍ଷକମାନଙ୍କୁ ପ୍ରାୟ ୪ ମାସ ହେଲା ବେତନ ମିଳିନାହିଁ,ବ୍ଲକ୍ ଶିକ୍ଷା ଅଧିକାରୀ (BEO) ଙ୍କୁ ଦାବୀପତ୍ର ପ୍ରଦାନ...


କଣ୍ଟାବାଞ୍ଜି,୦୪/୦୧ : ନବ ନିଯୁକ୍ତ କନିଷ୍ଟ ପ୍ରାଥମିକ ଶିକ୍ଷକ (JTS) ଶିକ୍ଷକ ମାନଙ୍କୁ ପ୍ରାୟ ୪ ମାସ ହେଲା ବେତନ ମିଳିନାହିଁ, କେବଳ ଅଗଲପୁର ଏବଂ ସଇତଲା ବ୍ଲକର ଶିକ୍ଷକମାନେ ପାଇଛନ୍ତି ୩ ମାସର ବେତନ।

             Ad..


୨୦୨୪ ର ୬ ଅକ୍ଟୋବର ରେ ନିଯୁକ୍ତି ପାଇଥିବା ୧୬୦୦୯ କନିଷ୍ଠ ପ୍ରାଥମିକ ଶିକ୍ଷକ (JTS) ଶ୍ରେଣୀର ପ୍ରାଥମିକ ଶିକ୍ଷକମାନେ ନିଜ ନିଜ ବିଦ୍ୟାଳୟରେ ଯୋଗଦେଇଥିଲେ। ଏପର୍ଯ୍ୟନ୍ତ ସେମାନଙ୍କର ଚାରି ମାସର ସେବା ଶେଷ ହେବାକୁ ଯାଉଛି। ଅଧିକାଂଶ ଶିକ୍ଷକ ନିଜ ଜିଲ୍ଲାଠାରୁ ଦୂରେ ରହି ଭଡ଼ା ଘରରେ ଅବସ୍ଥାନ କରି ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି। 

     Ad..


କିନ୍ତୁ କେବଳ ଅସ୍ଥାୟୀ ନିଯୁକ୍ତି ପ୍ରଣାଳୀ ଏବଂ କମ୍ ବେତନ ସମସ୍ୟା ଯଥେଷ୍ଟ ନୁହେଁ, ଏବେ ସରକାର ପକ୍ଷରୁ ଚାରି ମାସ ଧରି ବେତନ ମଧ୍ୟ ମିଳିନାହିଁ, ଯେଉଁଥିରୁ ଶିକ୍ଷକମାନେ ଗମ୍ଭୀର ଆର୍ଥିକ ସମସ୍ୟା ସମ୍ମୁଖୀନ ହେଉଛନ୍ତି।

ତଥାପି, ବଲାଙ୍ଗୀର ଜିଲ୍ଲାର ଅଗଲପୁର ଏବଂ ସଇତଲା ବ୍ଲକର ପ୍ରାଥମିକ ଶିକ୍ଷକମାନେ ୩ ମାସର ବେତନ ପ୍ରାପ୍ତ କରିଛନ୍ତି। ଏହି ଅସମତୁଳିତ ବେତନ ପ୍ରତି ଅନ୍ୟାନ୍ୟ ବ୍ଲକର ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ନେଇ ସେମାନେ ଶୀଘ୍ର ବେତନ ପ୍ରଦାନ ପାଇଁ ଦାବି କରୁଛନ୍ତି।

ଏ ସମସ୍ୟା ର ସମାଧାନ ପାଇଁ ୨୯ ଜାନୁଆରୀ ୨୦୨୫ ରେ, ତୁରେକେଲା ର କନିଷ୍ଠ ଶିକ୍ଷକ ସଂଘ ୨୦୨୩ ର ସଭାପତି - ସୁନିଲ ସେଠ୍, ସମ୍ପାଦକ - ଘନଶ୍ୟାମ ଭୁଏ, ସହ ସଭାପତି - ମୌସୁମୀ ପାତ୍ର ଏବଂ କୋଷାଧ୍ୟକ୍ଷ - ସୁଜାତା ସାହୁ ତୁରେକେଲା ବ୍ଲକ୍ ଶିକ୍ଷା ଅଧିକାରୀ (BEO) ଙ୍କୁ ଗୋଟେ ଦାବୀପତ୍ର ପ୍ରଦାନ କରିଥିଲେ।



Edited by k.s thakur...


Post a Comment

Previous Post Next Post